Monday, May 6, 2024
29.9 C
Odisha

    ସୁଯୋଗ ମିଳିଲେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବି, ବିରାଟ ଓ ରୋହିତଙ୍କ ବ୍ୟାଟିଂକୁ ନେଇ ବଡ ବୟାନ ଦେଲେ ମହମ୍ମଦ ସାମି

    ଆଗକୁ ପଢନ୍ତୁ

    ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ବୟାନକୁ ନେଇ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜୋରସୋରରେ ଚର୍ଚ୍ଚା । ଆଘାତ କାରଣରୁ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରୁ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ଏଭଳି ସମୟରେ ସାମି କ୍ରିକେଟ କ୍ୟାରିୟରରୁ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସାମି କହିଛନ୍ତି, ଯେଉଁଦିନ ମୁଁ କ୍ରିକେଟରୁ ବୋର ହୋଇଯିବି ସେବେ କ୍ରିକେଟକୁ ବାଏ ବାଏ କରିଦେବି । ମୋତେ କୌଣସି ଜିନିଷର ଚାପ ନେବାର ଆବଶ୍ୟକତା ନାହିଁ କି ମୋତେ କେହି ବୁଝାଇବାକୁ ନାହାନ୍ତି । ମୋତେ ମୋ ପରିବାରରେ କେହି ଚାପ ପକାନ୍ତିନି । ଯେଉଁ ଦିନ ମୋତେ ସକାଳୁ ଉଠିବା ପରେ ଲାଗିବ ଯେ, ଆଜି ଗ୍ରାଉଣ୍ଡ ଯିବାର ଥିଲା । ସେହି ଦିନ କ୍ରିକେଟରୁ ସନ୍ୟାସ ନେଉଥିବା ନେଇ ନିଜେ ଟ୍ୱିଟ୍ କରିଦେବି ।ସେହିଭଳି ସାମିଙ୍କ ବାୟୋପିକକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ସାମିଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ସ୍ପଷ୍ଟ ହୋଇନାହିଁ । ଯାହାକୁ ନେଇ ସାମି କହିଛନ୍ତି, ଆଗକୁ ମୋ ବାୟୋପିକ ଆସିବ । ଯଦି କେହି ଅଭିନେତା ଅଭିନୟ ନ କରନ୍ତି ତେବେ କ୍ରିକେଟରୁ ଅବସର ନେବା ପରେ ମୁଁ ନିଜେ ମୋ ବାୟୋପିକରେ ଅଭିନୟ କରିବି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବ୍ୟାଟିଂକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ସାମି କହିଛନ୍ତି, ବିରାଟ କୋହଲି ବହୁତ ଭଲ ଭଲ ସଟ୍ ଖେଳନ୍ତି । କିନ୍ତୁ ରୋହିତ ଶର୍ମା ଯେତେ ଅଧିକ ସମୟ କ୍ରିଜରେ ରହିବେ ସେତେ ଦୁର୍ଦ୍ଦଷ ବ୍ୟାଟିଂ କରିବେ । ବଡ ବଡ ସଟ୍ ଖେଳି ବୋଲରଙ୍କ ନିଦ ହଜାଇ ଦିଅନ୍ତି ରୋହିତ । ବିରାଟଙ୍କ ଠାରୁ ରୋହିତ ଆହୁରି ଭୟଙ୍କର ବ୍ୟାଟିଂ କରନ୍ତି । କେବଳ ଏତିକି ନୁହେଁ ପସନ୍ଦର ଅଧିନାୟକ କିଏ ପ୍ରଶ୍ନର ଉତ୍ତରରେ ସାମି କହିଛନ୍ତି, ମହେନ୍ଦ୍ର ସିଂ ଧୋନି ମୋର ସବୁଠୁ ପସନ୍ଦର ଅଧିନାୟକ । କାରଣ ଧୋନି ୩ଟି ଆଇସିସି ଟ୍ରଫି ଜିତିଛନ୍ତି । ଧୋନି ଯେଉଁ ସଫଳତା ହାସଲ କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ କେହି ହାସଲ କରିପାରିନାହାନ୍ତି । ଧୋନି ଅଧିକ କଥା କୁହନ୍ତିନି କିନ୍ତୁ ଟିମ୍ ପାଇଁ ରଣନୀତି କରିବାରେ ଧୋନି ମାହିର । ସାମି ଏହା ମଧ୍ୟ କହିଛନ୍ତି, ଯଦି ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ସୁଯୋଗ ମିଳେ ତେବେ ନିଶ୍ଚୟ ଏହି ଦାୟିତ୍ୱ ତୁଲାଇବି ।

    ଭାରତୀୟ ଦ୍ରୁତ ବୋଲରଙ୍କୁ ନେଇ ସାମି କହିଛନ୍ତି, ଯେଉଁ କ୍ରିକେଟପ୍ରେମୀ ପୂର୍ବରୁ ବ୍ୟାଟିଂ ପାଇଁ ଭାରତକୁ ପସନ୍ଦ କରୁଥିଲେ ଏବେ ବୋଲରଙ୍କର ଜୟ-ଜୟକାର କରୁଛନ୍ତି । ଏହାଠାରୁ ବଡ ଖୁସି ଆଉ କଣ ବା ହୋଇପାରେ । ଏବେ ଭାରତୀୟ ବୋଲର ବିଦେଶ ମାଟିରେ ପ୍ରଭାବୀ ପ୍ରଦର୍ଶନ କରୁଛନ୍ତି । ବିଶ୍ୱକପରେ ମଧ୍ୟ ଭାରତୀୟ ବୋଲର ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ନିଜେ ସାମି ବିଶ୍ୱକପର ସର୍ବାଧିକ ୱିକେଟ ହାସଲକାରୀ ଖେଳାଳୀ ଭାବେ ଉଭା ହୋଇଥିଲେ । ଯାହାକୁ ନେଇ ସାମି କହିଛନ୍ତି, ଦୀର୍ଘ ୮ ବର୍ଷରୁ ଅଧିକ ସମୟ ଧରି ଯେଉଁ ପରିଶ୍ରମ କରୁଥିଲି ତାହାର ପରିଣାମ ଏବେ ସାମ୍ନାକୁ ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    48 %
    4.2kmh
    40 %
    Mon
    29 °
    Tue
    36 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ