Monday, September 15, 2025
24.2 C
Odisha

    ଆଜି କେରଳ ଛୁଇଁବ ମୌସୁମୀ

    ଆଗକୁ ପଢନ୍ତୁ

    ଅସହ୍ୟ ତାତି ଭିତରେ ଆଜି କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏଥିପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସୁଛି । ଦୀର୍ଘ ଦିନ ଧରି ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେଉଛନ୍ତି । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୫ଡିଗ୍ରୀ ଉପରକୁ ଚାଲିଯାଇଛି । ଲୋକେ ଘରୁ ବାହାରିବା ଏକପ୍ରକାର ଅସମ୍ବବ ହୋଇପଡିଛି । କାମ ଦାମ ସବୁ ଠପ୍ । ରାସ୍ତା କଡରେ ଛୋଟ ବ୍ୟବସାୟ କରୁଥିବା ବ୍ୟବସାୟୀ ବି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ ସକାଳୁ ମଧ୍ୟ ତାତି କଲବଲ କରିବା ଆରମ୍ଭ କରିଦେଇଛି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ । ଆଉ ଏହାରି ଭିତରେ ଶୀଘ୍ର ମୌସୁମୀ ଆସିଲେ ତାତିରୁ ସାମାନ୍ୟ ତ୍ରାହି ମିଳିବ ବୋଲି ଅନାଇ ବସିଛନ୍ତି ଲୋକେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    93 %
    1.2kmh
    100 %
    Mon
    28 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ