Sunday, April 5, 2026
29 C
Odisha

    ଆରସିବିଠାରୁ ହାରିବା ପରେ ରାଗରେ କ’ଣ କରିଥିଲେ ଧୋନି?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଟିମ୍ ଇଣ୍ଡିଆର ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଏପରିକି ଆଇପିଏଲରେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବାବେଳେ ଅନେକ ନାମ ଅର୍ଜନ କରିଛନ୍ତି। ଧୋନି ପଡ଼ିଆରେ ଅନ୍ୟ କ୍ରିକେଟରଙ୍କଠାରୁ ଅଧିକ ଶାନ୍ତ ରହୁଥିବା ନେଇ ଜଣାଶୁଣା | ମ୍ୟାଚ୍ ଯେତେ ଖରାପ ହେଉନା କାହିଁକି ଧୋନି ସବୁବେଳେ ଶାନ୍ତ ଥିବା ଦେଖାଯାଏ । କିନ୍ତୁ ଥରେ ଧୋନି ଏତେ ରାଗିଯାଇଥିଲେ ଯେ, ତାଙ୍କ ଟିମ୍ ତାଙ୍କ ଆଖିରେ ଆଖି ମିଶାଇବାକୁ ସାହସ କରିନଥିଲେ। ଏହି ସୂଚନା ତାଙ୍କ ପୂର୍ବତନ ସାଥୀ ସୁବ୍ରମଣ୍ୟମ୍ ବଦ୍ରିନାଥ ଦେଇଛନ୍ତି।

    ଇନସାଇଟ୍ ସ୍ପୋର୍ଟକୁ ଏକ ସାକ୍ଷାତକାର ଦେଇ ସୁବ୍ରମଣ୍ୟମ୍ ବଦ୍ରିନାଥ କହିଛନ୍ତି, “ଧୋନି ମଧ୍ୟ ଜଣେ ମଣିଷ। ସେ ମଧ୍ୟ କ୍ରୋଧିତ ହୁଅନ୍ତି | କିନ୍ତୁ ସେ ପଡ଼ିଆରେ ଏହା ଦେଖାନ୍ତି ନାହିଁ ଯେ ତାଙ୍କୁ ରାଗ ଲାଗୁଛି। ଚେନ୍ନାଇରେ ଆରସିବି ବିପକ୍ଷରେ ଆୟୋଜିତ ଏକ ମ୍ୟାଚରେ ଆମେ ୧୧୦ରନ୍ ପଛରେ ଗୋଡ଼ାଉଥିଲୁ। ହେଲେ ଆମେ ଖୁବ୍ ଶୀଘ୍ର ସବୁ ୱିକେଟ୍ ହରାଇବା ସହ ସେହି ମ୍ୟାଚ୍ ହାରିଥିଲୁ। ଡ୍ରେସିଂ ରୁମକୁ ଆସିବା ପରେ ଧୋନି ରାଗରେ ଆସି ଏକ ପାଣି ବୋତଲକୁ ଗୋଇଠା ମାରିଥିଲେ। ତାଙ୍କ ରାଗ ଦେଖି କେହି ତାଙ୍କ ଆଖିରେ ଆଖି ମିଶାଇବାକୁ ଚାହିନଥିଲେ। ”

    ତେବେ ଧୋନି କ୍ରିକେଟ୍ ଇତିହାସର ଏକମାତ୍ର ଅଧିନାୟକ ଯିଏକି ସମସ୍ତ ତିନିଟି ଆଇସିସି ହ୍ବାଇଟ ବଲ୍ ଟ୍ରଫି ଜିତିଛନ୍ତି। ଟି-୨୦ ବିଶ୍ୱକପ୍ (୨୦୦୭ରେ), କ୍ରିକେଟ୍ ବିଶ୍ୱକପ୍ (୨୦୧୧ରେ) ଏବଂ ଚାମ୍ପିଅନ୍ସ ଟ୍ରଫି (୨୦୧୩ରେ) | କେବଳ ଏତିକି ନୁହେଁ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ପାଞ୍ଚଟି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଟାଇଟଲ୍ ସହ ରେକର୍ଡ ସୃଷ୍ଟି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    0.6kmh
    100 %
    Sun
    36 °
    Mon
    38 °
    Tue
    38 °
    Wed
    39 °
    Thu
    39 °

    ସମ୍ବନ୍ଧିତ