Saturday, July 4, 2026
26.7 C
Odisha

    Big breking; ହସ୍ପିଟାଲକୁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ପ୍ରଥମ ଥର ପାଇଁ ପ୍ରକାଶ ପାଇବ ସରକାରୀ ହସ୍ପିଟାଲ ରାଙ୍କିଂ। ଆଜି ଏହି ରାଙ୍କିଂ ପ୍ରକାଶ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ମେଡିକାଲ କଲେଜ, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ଉପ ଜିଲ୍ଲା ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ରାଙ୍କିଂ ପ୍ରକାଶ ପାଇବ। ହସ୍ପିଟାଲ ମ୍ୟାନେଜମେଣ୍ଟ ଇନଫର୍ମେସନ ସିଷ୍ଟମ – HMIS ବେଞ୍ଚମାର୍କ ଅନୁସାରେ ରୋଗୀ ସେବା, ରୋଗୀ ସନ୍ତୁଷ୍ଟିକରଣ, ବେଡ ଅକ୍ୟୁପାନ୍ସି, ସର୍ଜରୀ ସୁବିଧା, ଗୁଣବତ୍ତା ପରି ୩୨ ଟି ବର୍ଗରେ ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ରାଙ୍କିଂ ତିଆରି ହୋଇଛି। ୨୦୨୦-୨୧, ୨୦୨୧-୨୨, ୨୦୨୨-୨୩ ବର୍ଷ ପାଇଁ ପ୍ରକାଶ ପାଇବ ରାଙ୍କିଂ। ସ୍ଵାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ମିଳିବ ମୁଖ୍ୟମନ୍ତ୍ରୀ ପୁରସ୍କାର। ଆଜି ଲୋକସେବା ଭବନରେ ଆୟୋଜିତ ହେବାକୁ ଥିବା ସ୍ଵତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କୁ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କୋଭିଡ ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍ତମ ସେବା ଯୋଗାଇଥିବା ଡାକ୍ତର, ନର୍ସ, ଲାବ୍ ଟେକ୍ନିସିଆନ, ହସ୍ପିଟାଲ ସମେତ ବିଭିନ୍ନ ବର୍ଗରେ ମୋଟ ୧୫୩ଟି ପୁରସ୍କାର ଦିଆଯିଵ । ଏହା ପରଠାରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.7 ° C
    26.7 °
    26.7 °
    84 %
    3kmh
    100 %
    Sat
    27 °
    Sun
    26 °
    Mon
    28 °
    Tue
    31 °
    Wed
    31 °

    ସମ୍ବନ୍ଧିତ