Saturday, July 4, 2026
25.7 C
Odisha

    ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା, ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ପୁରୀ : ରଥଯାତ୍ରା ପାଇଁ ପୁରୀକୁ ବଢ଼ିବ ବସ ସଂଖ୍ୟା । ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ଭଡ଼ାଠୁ ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ । ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍ ସୁପରିଚାଳନା ‎ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ‎ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ପରିବହନ ଦୃଷ୍ଟିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବୈଠକରେ ‎ଆଲୋଚନା ହୋଇଥିଲା । ବିଶେଷକରି, ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ । ‎ଅସ୍ଥାୟୀ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ତ୍ୱରାନ୍ୱିତ କରାଯିବ । ଧାର୍ଯ୍ୟ ଭଡ଼ାଠାରୁ ଯେଉଁଭଳି କୌଣସି ବସ୍ ଅଧିକ ‎ଭଡ଼ା ନ ନିଅନ୍ତି ଏହା ସୁନିଶ୍ଚିତ କରିବାକୁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବସରେ ଭଡ଼ା ଚାର୍ଟ ରହିବ । ବିପଜ୍ଜନକ ଯାତ୍ରା ରୋକିବାକୁ ଓଭରଲୋଡ୍ ଓ ଓଭରସ୍ପିଡ୍ ‎ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟ କରାଯିବ ।

    ସେହିଭଳି ଅଟୋ ଭଡ଼ାରେ ବି ଯେଉଁଭଳି ଯାତ୍ରୀଙ୍କୁ ‎ଶୋଷଣ ନ ହୁଏ ଏଥିପାଇଁ ଦୃଷ୍ଟି ଦିଆଯିବ । ଚଳିତବର୍ଷ, ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ଯାଏଁ ‎ନିଃଶୁଳ୍କ ଅଟୋ ସେବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ଏହାସହ ମାଳତୀପାଟପୁରରୁ ନିଃଶୁଳ୍କ ‎ସଟଲ୍ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ତାଳବଣିଆରେ ସମସ୍ତ ମୌଳିକ ସୁବିଧା ଥାଇ ଅସ୍ଥାୟୀ ‎ବିଶ୍ରାମାଗାର, ରଥଯାତ୍ରା ଓ ବାହୁଡ଼ାରେ ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ସୁବନ୍ଦୋବସ୍ତ ‎କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ‎ପାର୍କିଂ ବ୍ୟବସ୍ଥା ହେବ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.7 ° C
    25.7 °
    25.7 °
    90 %
    1.2kmh
    100 %
    Sat
    28 °
    Sun
    25 °
    Mon
    27 °
    Tue
    32 °
    Wed
    31 °

    ସମ୍ବନ୍ଧିତ