Saturday, July 4, 2026
25.7 C
Odisha

    ଓମସା ବରିଷ୍ଠ ନେତୃତ୍ବଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା, ହଟିପାରେ ଡାକ୍ତରଙ୍କ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ହଟିପାରେ ଡାକ୍ତର ଆନ୍ଦୋଳନ । ଡାକ୍ତରଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ ଆଲୋଚନା ପାଇଁ ଓମସାକୁ ଡାକିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଧର୍ମଘଟ ପ୍ରତ୍ୟାହାର କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ‘ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ’ ର ବରିଷ୍ଠ ନେତୃବୃନ୍ଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଆମନ୍ତ୍ରଣ କରାଯାଇଛି । ବିଭାଗ ପକ୍ଷରୁ ଓମସା ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର, ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନଙ୍କୁ ଆଜି ପୂର୍ବାହ୍ଣ ୧୧ଟା ୩୦ ମିନିଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଡକାଯାଇଛି । ଡାକ୍ତର ସଂଘ ପକ୍ଷରୁ କରାଯାଇଥିବା ୧୦ ଦଫା ଦାବି ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ ।

    ଡାକ୍ତରମାନଙ୍କୁ ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଧର୍ମଘଟ ପ୍ରତ୍ୟାହାର କରିବାକୁ ଏବଂ ସ୍ୱାସ୍ଥ୍ୟ ସେବାକୁ ପୂର୍ବପରି ସ୍ୱାଭାବିକ କରିବାକୁ ନିବେଦନ କରାଯାଇଛି । ଓମସାର ଦୀର୍ଘ ଦିନରୁ ପଡ଼ି ରହିଥିବା ଏକାଧିକ ଦାବିକୁ ସହମତି ଭିତ୍ତିରେ ସମାଧାନ କରିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ । ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତରମାନଙ୍କର ପ୍ରକୃତ ସମସ୍ୟାଗୁଡ଼ିକର ବିଚାର ସହ ଲୋକମାନେ ଯେପରି ବିନା ବାଧାରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇପାରିବେ, ସେଥିପାଇଁ ସମାଧାନର ପନ୍ଥା ବାହାର କରିବାକୁ ବେଶ୍ ଆଗ୍ରହୀ ଅଛନ୍ତି । କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ସ୍ୱଚ୍ଛ ବଦଳି ନୀତି, କ୍ୟାଡର ପୁନର୍ଗଠନ, ପଦୋନ୍ନତି ଭଳି ୧୦ ଦଫା ଦାବିରେ ଆନ୍ଦୋଳନ କରୁଛି ଓମସା । ଫଳରେ ରୋଗୀସେବା ଏକପ୍ରକାର ଠପ ହୋଇପଡ଼ିଛି । ସରକାରୀ ଡାକ୍ତରଖାନାରେ ରୋଗୀମାନେ ଚିକିତ୍ସା ସେବା ନପାଇ ହଇରାଣ ହେଉଛନ୍ତି । ଆଜିର ହାଇ-ପ୍ରୋଫାଇଲ୍ ବୈଠକର ନିଷ୍କର୍ଷ ଉପରେ ସମସ୍ତଙ୍କ ନଜର ରହିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.7 ° C
    25.7 °
    25.7 °
    90 %
    1.2kmh
    100 %
    Sat
    28 °
    Sun
    25 °
    Mon
    27 °
    Tue
    32 °
    Wed
    31 °

    ସମ୍ବନ୍ଧିତ