Tuesday, September 22, 2026
24.7 C
Odisha

    ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଲା ବାପା

    ଆଗକୁ ପଢନ୍ତୁ

    ମୁମ୍ବାଇ: ସ୍କୁଲ ଝିଅଙ୍କୁ କମେଣ୍ଟ ମାରୁଥିବାରୁ ପୁଅକୁ ବିଷ ଦେଇ ମାରିଦେଲା ବାପା। ଅଶ୍ଳୀଳ ଭିଡିଓ ଦେଖିବା ସହ ନାବାଳକ ପୁଅ ସ୍କୁଲ ଝିଅଙ୍କୁ କମେଣ୍ଟ କରୁଥିବା ଘଟଣାକୁ ନେଇ ଏଭଳି ଏକ ଜଘନ୍ଯ କାଣ୍ଡ ଘଟାଇଛି ବାପା। ପୁଅକୁ ବିଷ ଦେଇ ହତ୍ଯା କରିଛି ପିଶାଚ ବାପା। ମହାରାଷ୍ଟ୍ର ସୋଲାପୁର ଅଞ୍ଚଳର ଏ ଘଟଣା।

    ପୁଅର ଏଭଳି କାରନାମାରେ ଅତିଷ୍ଠ ହୋଇ ଶେଷରେ ପଶୁ ପାଲଟିଯାଇଥିଲା ବାପା। ବିଜୟ ବଟ୍ଟୁ ନାମକ ବ୍ଯକ୍ତି ଏହି ଜଘନ୍ଯ କାଣ୍ଡ ଘଟାଇଛି। ଅଭିଯୁକ୍ତ ବିଜୟକୁ ଗିରଫ କରିଛି ପୋଲିସ। ଜାନୁଆରୀ ୧୩ ତାରିଖରେ ପୋଲିସ ଜଣେ ନାବାଳକ ନିକୋଜ ହୋଇଯାଇଥିବା ନେଇ ଖବର ଆସିଥିଲା। ଅଭିଯୋଗର କିଛି ସମୟ ପରେ ଏକ ନାବାଳକ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ପୋଲିସ ସୂଚନା ପାଇଥିଲା।ପରିବାର ଲୋକ ଉଦ୍ଧାର ନାବାଳକଙ୍କ ମୃତଦେହ ତାଙ୍କର ପୁଅ ବୋଲି ଚିହ୍ନଟ କରିଥିଲେ। ତେବେ ପୋଷ୍ଟମର୍ଟମ ପରେ ବିଷକ୍ରିୟାରୁ ନାବାଳକର ମୃତ୍ଯୁ ହୋଇଥିବା ଜଣାପଡିଥିଲା। ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ପରିବାର ଲୋକଙ୍କ ବୟାନରେ ତାଳମେଳ ରହୁନଥିବାରୁ ମୃତ ନାବାଳକଙ୍କ ବାପକୁ ସନ୍ଦେହ କରିଥିଲା ପୋଲିସ। %ଅଧିକ ପଚରାଉଚରା ପରେ ପୁଅକୁ ହତ୍ଯା କରିଥିବା ମାନିଥିଲା ପିଶାଚ ବାପା। ତଦନ୍ତ ବେଳେ ପୁଅ ପାଠ ପଢୁନଥିବା କହିଛି ଅଭିଯୁକ୍ତ ବାପା ବିଜୟ। ପୁଅ ମୋବାଇଲ ଫୋନରେ ସବୁବେଳେ ଅଶ୍ଳୀଳ ଭିଡିଓ ଦେଖିବା ସହ ସ୍କୁଲ ଝିଅକୁ କମେଣ୍ଟ କରୁଥିବା କହିଛି ବିଜୟ। ଏହାପରେ ପୁଅକୁ ସାଥିରେ ନେଇ ଥଣ୍ଡା ପାନୀୟରେ ବିଷ ମିଶାଇ ହତ୍ଯା କରିଛି ପିଶାଚ ବାପା। ପୁଅ ଚେତା ହରାଇବା ପରେ ସେଠାରେ ଛାଡ଼ି ଘରକୁ ଚାଲି ଆସିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    2.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ