Tuesday, March 31, 2026
30.9 C
Odisha

    ବାତିଲ୍‌ ହେଲା ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋ ବିମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଳୀ: ବାରମ୍ବାର ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ୬ଇ୧୩୦୩ ବିମାନକୁ ୫ ଘଣ୍ଟା ବିଳମ୍ବ ପରେ ବାତିଲ୍‌ କରାଯାଇଛି। ବିମାନଟିକୁ ଉଡ଼ାଣ ଭରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯିବା ସତ୍ତ୍ବେ ଏଥିରେ ସଫଳ ନହେବାରୁ ‌ଶେଷରେ ବିମ‌ାନ ବିତିଲ୍‌ କରିବାକୁ ନିଷ୍ପତ୍ତି ନେଇଥିଲା ଇଣ୍ଡିଗୋ। ଏନେଇ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ରିପୋର୍ଟ ପ୍ରକାଶ କରିଛି।

    ସକାଳ ୩.୫୫ରେ ମୁମ୍ବାଇ ଛାଡିଥାନ୍ତା ଏହି ବିମାନ। ମାତ୍ର ବୈଷୟିକ ସମସ୍ୟା ଉପୁଜିବା ହେତୁ ଯାତ୍ରୀମାନେ ବିମାନ ବନ୍ଦରରେ ଅଟକି ରହିଛନ୍ତି ଏବଂ ପ୍ରାୟ ୨୫୦ ରୁ ୩୦୦ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

    ବିମାନକୁ ଏପରି ଅଚାନକ ବାତିଲ କରିବାକୁ ପଡ଼ିଥିବା କାରଣରୁ ବିମାନ ସେବା ମୁଖପାତ୍ର କ୍ଷମା ମାଗିଛନ୍ତି। ପ୍ରଭାବିତ ଯାତ୍ରୀମାନଙ୍କୁ ଏବେ ହୋଟେଲ ରହଣି ଯୋଗାଇ ଦିଆଯାଉଛି ଏବଂ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ଅନ୍ୟ ବିମାନରେ ନେଇ ଛଡ଼ାଯିବ ବୋଲି ସେ ନିଶ୍ଚିତ କରିଛନ୍ତି।

    ଏହାପୂର୍ବରୁ ବିମାନ ଉଡ଼ାଣ ବାତିଲ କରିବା ପୂର୍ବରୁ ଯାତ୍ରୀମାନେ ଇମିଗ୍ରେସନ ସମାପ୍ତ କରିବା ପରେ ପ୍ରାୟ ପାଞ୍ଚ ଘଣ୍ଟା ବିମାନରେ ରହିଥିଲେ। ଶେଷରେ ବିମାନରେ ବୈଷୟିକ ସମସ୍ୟା ହେତୁ ଯାତ୍ରୀମାନଙ୍କୁ ବିମାନ ବନ୍ଦରର ହୋଲଡିଂ ଅଞ୍ଚଳରେ ଓହ୍ଲାଇ ଅପେକ୍ଷା କରିବାକୁ କୁହାଯାଇଥିଲା।

    ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫସି ରହିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ କୌଣସି ଖାଦ୍ୟ କିମ୍ବା ଜଳ ଯୋଗାଇ ଦିଆଯାଇ ନାହିଁ ଏବଂ କୌଣସି ବିମାନ ଅଧିକାରୀ ସେମାନଙ୍କ ସହ କଥାବାର୍ତ୍ତା କରି ଭଲମନ୍ଦ ବି ବୁଝିନାହାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.9 ° C
    30.9 °
    30.9 °
    27 %
    0.9kmh
    45 %
    Tue
    32 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ