Saturday, April 11, 2026
37.2 C
Odisha

    ବୋଟ୍‌ ବୁଡ଼ିବା ଘଟଣା: ଯାତ୍ରୀଙ୍କ ନିକଟରେ ନଥିଲା ଲାଇଫ୍‌ ଜ୍ୟାକେଟ୍‌

    ଆଗକୁ ପଢନ୍ତୁ

    ମୁମ୍ବାଇ: ମୁମ୍ବାଇ ଗେଟ୍‌ୱେ ଅଫ୍‌ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ନୌସେନାର ଏକ ସ୍ପିଡ୍ ବୋଟ୍‌ ଇଞ୍ଜିନ ପରୀକ୍ଷଣ ବେଳେ ତାହା ନିୟନ୍ତ୍ରଣ ହରାଇ ଯାତ୍ରୀବାହୀ ବୋଟ୍‌ ସହ ପିଟି ହୋଇ ବୁଡ଼ିଯାଇଥିଲା। ତେବେ ଏହି ଘଟଣାକୁ ନେଇ ଏବେ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଦୁର୍ଘଟଣା ଗ୍ରସ୍ତ ଡଙ୍ଗାର ଯାତ୍ରୀମାନେ ପ୍ରକାଶ କରିଛନ୍ତି ଯେ ସେମାନଙ୍କୁ ଲାଇଫ ଜ୍ୟାକେଟ ଯୋଗାଇ ଦିଆଯାଇ ନଥିଲା। ଯାତ୍ରୀଙ୍କ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଏବେ ନୌସେନାର ବୋଟ୍‌ ଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି।

    ଏହି ଦୁର୍ଘଟଣାରେ ୩ ‌ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି। ଅପରାହ୍ଣ ପ୍ରାୟ ୪ଟା ବେଳେ ହୋଇଥିଲା। ଏହି ଦୁର୍ଘଟଣାରେ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଏହି ଦ୍ବୀପଟି ମୁମ୍ବାଇର ଦକ୍ଷିଣ ପୂର୍ବ ତଟରୁ ପ୍ରାୟ ୧୦ କିମି ଦୂରରେ ଅବସ୍ଥିତ।

    ବ୍ରିହନ୍‌ମୁମ୍ବାଇ ପୌର ନିଗମ ପକ୍ଷରୁ ଜାରି ସୂଚନାନୁସାରେ, ଅପରାହ୍‌ଣ ୩ଟା୧୫ ମିନିଟ୍‌ରେ ନୀଳକମଳ ନାମକ ବୋଟ୍‌ରେ ଯାତ୍ରୀମାନେ ଏଲିଫାଣ୍ଟା ଦ୍ବୀପକୁ ଯାତ୍ରା ଆରମ୍ଭ କରିଥିଲେ। ପ୍ରାୟ ୪ଟା ବେଳେ ଦ୍ବୀପ ଠାରୁ ଅନତି ଦୂର କରଞ୍ଜା ନିକଟରେ ବୋଟ୍‌ଟିକୁ ନୌସେନାର ଏକ ‘ସ୍ପିଡ୍‌ ବୋଟ୍‌’ ଧକ୍କା ଦେଇଥିଲା। ସ୍ପିଡ୍‌ବୋଟ୍‌ରେ ୪ ଜଣ ‌ନୌସେନା କର୍ମଚାରୀ ଥିଲେ। ଧକ୍କା ଯୋଗୁଁ ଯାତ୍ରୀବାହୀ ବୋଟ୍‌ ପାଣିରେ ଡୁବିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ୧୧ ନୌସେନା ବୋଟ୍‌, ୩ଟି ସାମୁଦ୍ରିକ ପୁଲିସ ବୋଟ୍‌, ତଟରକ୍ଷୀ ବାହିନୀର ଗୋଟିଏ ବୋଟ୍‌, ୪ଟି ‌ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ମତ୍ସଜୀବୀମାନେ ମଧ୍ୟ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୦୧ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.2 ° C
    37.2 °
    37.2 °
    13 %
    4kmh
    0 %
    Sat
    38 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ