Thursday, May 15, 2025
27.1 C
Odisha

ଚାଲିଗଲା ମା’ଙ୍କ ଜୀବନ, ପୁଅ ଓ ବୋହୂ ଗୁରୁତର

ଆଗକୁ ପଢନ୍ତୁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଓଗରପୁରରେ ବୀଭତ୍ସ ହତ୍ୟାକାଣ୍ଡ। ଏଠାରେ ଘରେ ପଶି ମା, ପୁଅ ଓ ବୋହୂକୁ ହାଣିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ହୋଇଛି। ଏଣେ ପୁଅ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ମାନିଆ ବିଶ୍ୱାଳଙ୍କ ଘରେ ପଶି ମାନିଆ ଏବଂ ତାଙ୍କ ପୁଅ ସିଲୁ ଓ ବୋହୂଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ମା ମାନିଆଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ସିଲୁ ଓରଫ ରାକେଶ ବିଶ୍ବାଳ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ବିଶ୍ବାଳ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ପୁଲିସ ଶବକୁ ଜବତ କରି ନିଜ ହେପାଜତରେ ରଖିଥିବା ଜଣାଯାଇଛି।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
27.1 ° C
27.1 °
27.1 °
58 %
1.4kmh
78 %
Thu
41 °
Fri
42 °
Sat
43 °
Sun
42 °
Mon
41 °

ସମ୍ବନ୍ଧିତ