Sunday, July 20, 2025
30.6 C
Odisha

ଏହି ଦେଶରେ ରହୁଛନ୍ତି ୯୦ ପ୍ରତିଶତ ମୁସଲିମ୍ । ହେଲେ ପ୍ରଥମେ ଲଗାଇଥିଲେ ଦାଢି ରଖିବା ଉପରେ ପ୍ରତିବନ୍ଧକ, ଏବେ ହିଜାବ ବ୍ୟାନ୍

ଆଗକୁ ପଢନ୍ତୁ

ହିଜାବକୁ ନେଇ ଭାରତର ରାଜନୀତି ବିଭିନ୍ନ ସମୟରେ ସରଗରମ ରହିଛି । ଏହାରି ମଧ୍ୟରେ ଏକ ମୁସଲିମ୍ ଦେଶ ଏବେ ହିଜାବକୁ ନେଇ ବଡ ନିଷ୍ପତ୍ତି ଶୁଣାଇଛି । ତାଜାକିସ୍ତାନ ନିଜ ଦେଶରେ ହିଜାବ ପରିଧାନ କରିବା ଉପରେ ପ୍ରତିବନ୍ଧକ ଲଗାଇଛି । ଆଶ୍ଚର୍ଯ୍ୟର କଥା ତାଜାକିସ୍ତାନରେ ୯୦ ପ୍ରତିଶତରୁ ଅଧିକ ମୁସଲିମ ବାସ କରନ୍ତି, ତେଣୁ ତାଜାକିସ୍ଥାନ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଛି ।

ସୂଚନା ମୁତାବକ ତାଜାକିସ୍ତାନ ସଂସଦର ଉଚ୍ଚ ସଦନ ମଜଲିସ ମିଲ୍ଲୀରେ ଜୁନ ୧୯ ତାରିଖରେ ଏକ ଆଇନ ପାରିତ ହୋଇଛି । ଏହି ଆଇନ ମୁତାବକ ମୁସଲିମ୍ ସଂପ୍ରଦାୟର ଦୁଇ ପ୍ରମୁଖ ପର୍ବ ଇଦ-ଓଲ-ଫିତର ଓ ଇଦ୍-ଓଲ-ଅଜହାରେ ମୁସଲିମ୍ ମାନେ ବିଦେଶୀ ପରିଧାନ ଓ ପିଲାମାନଙ୍କ ଉତ୍ସବ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ତାଜାକିସ୍ତାନ ସରକାରଙ୍କ କହିବା କଥା ମହିଳାମାନେ ହିଜାବ ପରିଧାନ କରିବା ଉଚିତ୍ ନୁହେଁ । ତାଜାକିସ୍ତାନ ସରକାରଙ୍କ ଦ୍ୱାରା ଆଇନରେ କରାଯାଇଥିବା ପରିବର୍ତ୍ତନ ମୁତାବକ ଆଇନର ଉଲଙ୍ଘନ କଲେ ଜରିମାନା ଲାଗିବ । ଅର୍ଥାତ ଯଦି ତାଜିକ୍ ମହିଳାମାନେ ହିଜାବ ପରିଧାନ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିବ । ଏହି ଜରିମାନା ରାଶି ତାଜାକିସ୍ତାନ ମୁଦ୍ରାରେ ୭୯୨୦ ରୁ ୩୯୫୦୦ ସୋମେନୀ ପର୍ଯ୍ୟନ୍ତ ଲାଗିପାରେ । କେବଳ ସେତିକି ନୁହେଁ ଯଦି ସରକାରୀ କର୍ମଚାରୀ ଓ ଧାର୍ମିକ ଅଧିକାରୀ ଏହି ଆଇନର ଉଲଙ୍ଘନ କରନ୍ତି ତେବେ ସେମାନଙ୍କୁ କ୍ରମଶଃ ୫୪ ହଜାର ଓ ୫୭,୬୦୦ ସୋମେନୀ ଜରିମାନା ଆକାରରେ ଦେବାକୁ ପଡିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
30.6 ° C
30.6 °
30.6 °
72 %
1.1kmh
100 %
Sun
31 °
Mon
33 °
Tue
32 °
Wed
32 °
Thu
25 °

ସମ୍ବନ୍ଧିତ