Sunday, October 11, 2026
22.1 C
Odisha

    କାଲି ମଧ୍ୟ ସକାଳୁଆ ପଢ଼ିବାକୁ ଯିବେ ପିଲା, ଜୁନ ୨୨ରୁ ସ୍ବାଭାବିକ ଭାବେ ପରିଚାଳନା ହେବ ବିଦ୍ୟାଳୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି (ଜୁନ୍‌ ୨୧ ତାରିଖ) ମଧ୍ୟ ସକାଳୁଆ ହେବ। ପିଲାମାନେ ସକାଳୁ ପାଠ ପଢ଼ିବାକୁ ଯିବେ। ପ୍ରବଳ ଖରା ଓ ଗ୍ରୀଷ୍ମଲହରିକୁ ଦୃଷ୍ଟି ରଖି ରାଜ୍ୟ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି। ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଲାମାନଙ୍କର ପଢ଼ିବାର ସମୟ ସକାଳୁଆ ସ୍କୁଲ କରିଦିଆଯାଇଛି। ଅର୍ଥାତ ପିଲାମାନେ କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ରହିବେ।

    ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ ତାରିଖରୁ ସ୍ବାଭାବିକ ଭାବରେ ବିଦ୍ୟାଳୟ ପରିଚାଳନା ହେବ।

    ସୂଚନାଯୋଗ୍ୟ, ରାଜ୍ୟରେ ଗତ ଏପ୍ରିଲ ୨୫ ତାରିଖ ଠାରୁ ଜୁନ ୧୭ ତାରିଖ ଯାଏଁ ଗ୍ରୀଷ୍ମ ଛୁଟିଥିଲା। ଗତ ୧୮ ତାରିଖ ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଦ୍ୟାଳୟଗୁଡ଼ିକ ଖୋଲିଥିଲା। କିଛି ଜିଲ୍ଲାରେ ଗ୍ରୀଷ୍ମଛୁଟି ଜୁନ୍‌ ୨୦ ତାରିଖ ଯାଏଁ ବଢ଼ାଇ ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    0.9kmh
    0 %
    Sun
    30 °
    Mon
    29 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ