Monday, March 30, 2026
27.4 C
Odisha

    ମୋ ମା’ ଏବେ ବି ପ୍ରଧାନମନ୍ତ୍ରୀ ଅଛନ୍ତି : ଶେଖ ହସିନାଙ୍କ ପୁଅ

    ଆଗକୁ ପଢନ୍ତୁ

    ଓ୍ବାସିଂଟନ : ବାଂଲାଦେଶରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ୍ ହସିନାଙ୍କୁ ଦେଶ ଛାଡ଼ି ପଳାଇ ଏବେ ଭାରତରେ ଆଶ୍ରୟ ନେଇଛନ୍ତି। ସେହି ସମୟରେ ବାଂଲାଦେଶର ସେନା ମୁଖ୍ୟ ଦାବି କରିଥିଲେ ଯେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଏବେ ବର୍ତ୍ତମାନ ତାଙ୍କ ପୁଅ ତଥା ପରାମର୍ଶଦାତା ସଜିବ ୱାଜେୟ ଜୋଏ ଦାବି କରିଛନ୍ତି ଯେ ଶେଖ୍ ହସିନା ଭାରତ ପଳାୟନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିଲେ, କାରଣ ସରକାର ବିରୋଧୀ ବିକ୍ଷୋଭକାରୀମାନେ ତାଙ୍କ ସରକାରୀ ବାସଭବନ ଗଣଭବନକୁ ଘେରାଉ କରିଥିଲେ ଏବଂ ତାଙ୍କୁ ଇସ୍ତଫା ଦେବାର ସୁଯୋଗ ମିଳିନଥିଲା।
    ଜୋଏ ୱାଶିଂଟନରୁ ଗଣମାଧ୍ୟମକୁ କହିଛନ୍ତି “ତାଙ୍କ ମା ଆଦୌ ଇସ୍ତଫା ଦେଇନାହାନ୍ତି। ତାଙ୍କୁ ସମୟ ମିଳିନଥିଲା। ସେ ବୟାନ ଦେଇ ଇସ୍ତଫା ଦେବାକୁ ଯୋଜନା କରିଥିଲେ, କିନ୍ତୁ ପରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ। ଏହି କାରଣରୁ ସେମାନଙ୍କ ପାଖରେ ଆଉ ସମୟ ନଥିଲା। ସେ ଇସ୍ତଫା ଦେଇପାରିନଥିଲେ। ଏବେ ବି ସେ ପ୍ରଧାନମନ୍ତ୍ରୀ ଅଛନ୍ତି।“

    ତେବେ ଏବେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଏକ ଅନ୍ତରୀଣ ସରକାର ଶପଥ ଗ୍ରହଣ କରିବା ସହ ମନ୍ତ୍ରଣାଳୟ ମଧ୍ୟ ବଣ୍ଟନ କରାଯାଇଛି। ଏଭଳି ସ୍ଥିତିରେ ଶେଖ୍ ହସିନାଙ୍କ ପୁଅର ଦାବି ଅନେକ ପ୍ରଶ୍ନ ଉଠାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ