Monday, October 21, 2024
22.6 C
Odisha

    ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ

    ଆଗକୁ ପଢନ୍ତୁ

    ବୁଦ୍ଧାଦିତ୍ୟଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷିଲେ ନବଜ୍ୟୋତି ପଟ୍ଟନାୟକ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଏହି ଅପମାନଜନକ ଏବଂ ଦାୟିତ୍ବହୀନ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ନବଜ୍ୟୋତି । ଏହା ସହ କହିଛନ୍ତି,ଏପରି ବିପଦଜନକ ମାନସିକତାକୁ ସଭ୍ୟ ସମାଜରେ ବରଦାସ୍ତ କରାଯାଇପାରିବ ନାହିଁ । ଯେଉଁ ନେତା ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ତାଙ୍କୁ ଜଣେ ଅପରାଧୀ ଟାର୍ଗେଟ କରିବା ଉଚିତ ବୋଲି କୌଣସି ବୁଦ୍ଧିମାନ ବ୍ୟକ୍ତି କିପରି ପରାମର୍ଶ ଦେଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ।

    ଏହା କେବଳ ଆଇନର ନୁହେଁ ବରଂ ମୌଳିକ ଶୃଙ୍ଖଳାର ପ୍ରଶ୍ନ ବୋଲି କହିଛନ୍ତି । ଏପରି ଆଚରଣ ବିରୋଧରେ ଓଡ଼ିଶା ସରକାର ଏବଂ ଓଡିଶା ପୋଲିସ ତୁରନ୍ତ, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ! ବୋଲି କହିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ଦୁଇ କଂଗ୍ରେସ ନେତାଙ୍କ ନାଁ ନେଇ ବିବାଦୀୟ ପୋଷ୍ଟ କରିଥିଲେ ବୁଦ୍ଧାଦିତ୍ୟ ମହାନ୍ତି ।

    ନିଜ ଫେସବୁକ ପୋଷ୍ଟରେ ଦୁଇ କଂଗ୍ରେସ ନେତାଙ୍କୁ ହତ୍ୟା କରିବାକୁ ଲରେନ୍ସ ବିଷ୍ଣୋଇଙ୍କୁ ଅପିଲ କରିଥିଲେ । ଏନେଇ ତାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏଫଆଇଆର ଦେଇଥିଲା ରାଜ୍ୟ ଛାତ୍ର କଂଗ୍ରେସ । ପୋଷ୍ଟ ନେଇ ଝଡ଼ ସୃଷ୍ଟି ହେବା ପରେ କ୍ଷମା ପ୍ରାର୍ଥନା କରିଥିଲେ ବୁଦ୍ଧାଦିତ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.6 ° C
    22.6 °
    22.6 °
    76 %
    1.5kmh
    40 %
    Sun
    22 °
    Mon
    28 °
    Tue
    29 °
    Wed
    28 °
    Thu
    26 °

    ସମ୍ବନ୍ଧିତ