Thursday, March 26, 2026
26.8 C
Odisha

    ବିଜେଡି ଛାଡ଼ି ଘରକୁ ଫେରିଲେ ନାରାୟଣ, ଧରିଲେ ପଦ୍ମ

    ଆଗକୁ ପଢନ୍ତୁ

    ଭଦ୍ରକ: ଜିଲ୍ଲାର ଜଣେ ପୁରୁଖା ନେତା ତଥା ମା’ ଭଦ୍ରକାଳୀ ମଣ୍ଡଳର ମଣ୍ଡଳ ସଭାପତି ନାରାୟଣ ସେନାପତି ବିଜେଡ଼ି ଛାଡ଼ି ପୁଣି ବିଜେପିକୁ ଫେରିଛନ୍ତି, ଯାହାକୁ ତାଙ୍କର ଘରବାହୁଡ଼ା ବୋଲି ବ୍ୟକ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ। ନାରାୟଣ ପୂର୍ବରୁ ବିଜେପିର ଜଣେ ବରିଷ୍ଠ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିବା ବେଳେ କୌଣସି କାରଣକୁ ନେଇ ବିଜେପି ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ। ମାତ୍ର ବିଜେଡ଼ି ଦଳର ନେତୃମଣ୍ଡଳୀ ଏବଂ କର୍ମକର୍ତ୍ତାଙ୍କ ହାବଭାବ, ନୀତିଗତି ତାଙ୍କୁ ଭଲ ନଲାଗିବାରୁ ସେ ପୁଣି ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ପାଟିର୍ ଅଫିସରେ ରାଜ୍ୟ କର୍ମକର୍ତ୍ତା, ରାଜ୍ୟ ସଭାପତି, ଭଦ୍ରକ ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ପୁଣି ବିଜେପି ଟୋପି ପିନ୍ଧିଛନ୍ତି।
    ଏ ନେଇ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ କହନ୍ତି ବିଜେପି କଥା କମ୍ କାମ ବେଶୀ କରିଥାଏ। ମିଛ ଶୁଣାକଥା, ମିଛ ପ୍ରତିଶ୍ରୁତି, ଧୂଆଁବାଣକୁ ଭରସା କରି ବିଜେଡ଼ି ଦଳକୁ ଯେଉଁମାନେ ଯାଇଛନ୍ତି ସେମାନେ ପୁଣି ବିଜେପିକୁ ଘରବାହୁଡ଼ା କରିବା ନିଶ୍ଚିତ। ବିଜେଡ଼ି ଯେ କେବଳ କଥାକୁହା କପିଳା ତାହା ଲୋକେ ବେଶ୍ ଜାଣି ସାରିଲେଣି। ଏଇ ମିଶ୍ରଣ ପର୍ବ ଆରମ୍ଭ ହେଲା। ଆଗକୁ ଆହୁରି ବହୁ ନେତା ଘରବାହୁଡ଼ା କରିବାକୁ ଥିବା ବେଳେ କିଛି ପ୍ରମୁଖ ବିଜେଡ଼ି ନେତା ମଧ୍ୟ ବିଜେପିକୁ ଫେରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ