Saturday, October 17, 2026
23.8 C
Odisha

    ରାଞ୍ଚି-ବିଜୟୱାଡ଼ା ରାଜପଥ ପାଲଟିଛି ମରଣଯନ୍ତା: ଜଣେ ଯୁବକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର/ବାଦାମପାହାଡ଼: ରାଞ୍ଚି-ବିଜୟଓ୍ବାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର-ଯଶିପୁର ମୁଖ୍ୟ ରାସ୍ତାର ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଖେରଣା ନିକଟରେ ହାଇୱା ଧକ୍କା ଦେବାରୁ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପଢ଼ିଆ ଗ୍ରାମର ରାମଚନ୍ଦ୍ର ସୋରେନ୍‌ଙ୍କ ପୁଅ ସିଂରାୟ ସୋରେନ୍ (୪୫)। ମିଳିଥିବା ସୂଚନା ମୁତାବକ ଖେରଣା ନିକଟରେ ହାଇୱା ଧକ୍କା ଦେବା ଫଳରେ ୩ ଜଣ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ସିଂରାୟ ସୋରେନଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଗୁରୁତର ସାଲଖାନ୍ ସୋରେନ୍ ଓ ଗୁମି ସୋରେନ୍ ଙ୍କୁ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ହାଇୱା (ଓଡ଼ି ୧୧ୱାଇ-୫୯୯୯) ଓ ବାଇକ୍ (ଓଡି ୧୧ ଏନ୍ -୫୦୧୪)କୁ ପୁଲିସ୍ ଜବତ କରିଛି। ତେବେ ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

    ୨୨୦ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ