Saturday, October 17, 2026
22.4 C
Odisha

    ସରକାର ଗଠନ ପାଇଁ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଆଲାଇନ୍ସ (ଏନଡିଏ) ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ମୋଦିଙ୍କୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ବିଜେପି ନେତୃତ୍ୱାଧୀନ ଏନଡିଏର ନେତା ନିର୍ବାଚିତ ହେବା ପରେ ଆଜି ମୋଦି ସନ୍ଧ୍ୟାରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଥିଲେ। ଏହି ସମୟରେ ରାଷ୍ଟ୍ରପତି ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି। ଜୁନ୍ ୯ ସନ୍ଧ୍ୟା ୬ଟାରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ମୋଦୀଙ୍କ ୩.୦ ସରକାର ଗଠନ ହେବ। ଚଳିତ ନିର୍ବାଚନରେ ଏନଡିଏ ୨୯୩ ଟି ସିଟ୍ ସହିତ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଆଜି ସଂସଦର ସେଣ୍ଟ୍ରାଲ ହଲରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସର ସଂସଦୀୟ ଦଳ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ମୋଦୀ ଏନଡିଏର ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ