Monday, October 12, 2026
21.2 C
Odisha

    ଲକ୍ଷ୍ୟରେ ଚନ୍ଦ୍ର-ମଙ୍ଗଳ ଅଭିଯାନ: ସବୁଠୁ ଶକ୍ତିଶାଳୀ ରକେଟ୍‌ର ସଫଳ ପରୀକ୍ଷଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚନ୍ଦ୍ର ଏବଂ ମଙ୍ଗଳ ଅଭିଯାନ ପାଇଁ ନିର୍ମିତ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ଷ୍ଟାରସିପ୍‌’ର ଚତୁର୍ଥ ପରୀକ୍ଷଣ ସଫଳ ହୋଇଛି। ଏହାକୁ ଗୁରୁବାର ସନ୍ଧ୍ୟା ୬ଟା ୨୦ରେ ଟେକ୍ସାସର ବୋକା ଚିକାରୁ ଉତ୍‌କ୍ଷେପଣ କରାଯାଇଥିଲା। ଏହି ଷ୍ଟାର୍‌ସିପ୍‌କୁ ମହାକାଶକୁ ନିଆଯାଇ ପୁଣି ପୃଥିବୀକୁ ଅଣା ଯାଇଥିଲା। ଏହା ଭାରତ ମହାସାଗରରେ ସଫଳତାର ସହ ଅବତରଣ କରିଥିଲା। ଏଥିପାଇଁ ଘଣ୍ଟାଏ ୫ ମିନିଟ ୪୮ ସେକେଣ୍ଡ ଲାଗିଥିଲା। ପୃଥିବୀ ବାତାବରଣରେ ପ୍ରବେଶ କରିବା ପରେ ଯାନ ତିଷ୍ଠି ପାରୁଛି ନା ନାହିଁ ଜାଣିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ଷ୍ଟାରସିପ୍‌ର ମାଲିକ ଏଲନ୍‌ ମସ୍କ ଏହି ସୂଚନା ଦେଇଛନ୍ତି। ଏହି ମହାକାଶ ଯାନର ଉଚ୍ଚତା ୩୯୭ ଫୁଟ। ଏହା ୧୫୦ ମେଟ୍ରିକ ଟନ୍‌ ଭାର ବହନ କରିପାରିବ। ଏହା ଥରକେ ୧୦୦ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ