Wednesday, April 1, 2026
38.7 C
Odisha

    ଥଲଥଲି ଏନକାଉଣ୍ଟର ନେଇ ମୁହଁ ଖୋଲିଲେ ନକ୍ସଲ: ୩୧ ନୁହେଁ ୩୫ ଜଣଙ୍କର ଯାଇଛି ଜୀବନ

    ଆଗକୁ ପଢନ୍ତୁ

    ମାଲକାନଗିରି: ଗତ ୪ ତାରିଖ ଦିନ ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେଵାଡା ସୀମାନ୍ତ ଜଂଗଲ ଥଲଥଲି ଜଂଗଲରେ ହୋଇଥିବା ଏନକାଉଣ୍ଟର ସଂପର୍କରେ ମାଓ ସଂଗଠନ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରି ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। କିପରି ଯବାନ ଚାରିପଟୁ ଘେରି ନରସଂହାର କରିଥିଲେ,ତାହା ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ନକ୍ସଲଙ୍କ କହିବା ଅନୁଯାୟୀ ୪ ତାରିଖ ସକାଳ ୬ଟା ବେଳେ ଚାରି ପଟରୁ ବାଣ ଫୁଟିବାର ଶଦ୍ଦ ଶୁଭିଲା। ଏହାର ଅର୍ଥ ହେଲା ଶତ୍ରୁ ପହଞ୍ଚିଗଲେ।ସେତେବେଳେ ରୋଲ କଲ୍ ଚାଲୁଥିଲା। ତୁରନ୍ତ ସମସ୍ତେ ପୋଜିସନ ନେଇ ଶତ୍ରୁକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଲେ। ତେବେ ସାଢେ ୬ଟାରୁ ୯ଟା ପର୍ଯ୍ୟନ୍ତ ଡ୍ରୋନ ଜଂଗଲ ଉପରେ ଉଡୁଥିଲା। ୧୦ଟା ବେଳେ ପାଖ ଗାଁକୁ ଖବର ନେବାକୁ ଜଣକୁ ପଠେଇବାରୁ ସେ ଶତ୍ରୁ ଚାରିପଟୁ ଘେରି ସାରିଲେଣି ବୋଲି ସୂଚାନ ପ୍ରଦାନ କରିଥିଲା। ତେବେ ତୁରନ୍ତ କ୍ୟାମ୍ପ ଖାଲି କରି ସେଠାରୁ ଖସି ପଳାଇବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା।

    ପ୍ରାୟ ୧୫ ମିନିଟ ଭିତରେ ଜଂଗଲରେ ଦୌଡୁଥିବା ବେଳେ ଅଚାନକ ଅତର୍କିତ ଗୁଳି ଚଳାଇଥିଲେ ଶତ୍ରୁମାନେ। ତେବେ ସେଠାରୁ ଅନ୍ୟ ରାସ୍ତାରେ ଯିବାକୁ ଚେଷ୍ଟା କରୁଥିବା ବେଳେ ସେହି ଅଂଚଳରେ ମଧ୍ୟ ଶତ୍ରୁ ଅପେକ୍ଷା କରି ରହିଥିଲେ। ସେଠାରେ ମଧ୍ୟ ଅତର୍କିତ ଗୁଳି ବର୍ଷଣ କଲେ। ଯାହାଫଳରେ ଜଣେ ମହିଳା କମ୍ରେଡ ଆହତ ହୋଇ ଘଟଣାସ୍ଥଳରେ ହିଁ ପଡିଗଲେ। ତେବେ ସୂଚନା ମିଳିଲା ଯେ ଶତ୍ରୁ ଚାରିପଡୁ ଘେରିସାରିଛନ୍ତି। ତୁରନ୍ତ କମ୍ରେଡମାନଙ୍କୁ ଦୁର୍ଗ ଭାଙ୍ଗିବାକୁ କୁହାଗଲା। କମ୍ରେଡମାନେ ମଧ୍ୟ ଲଢେଇ କଲେ। କିନ୍ତୁ ଘଟଣାସ୍ଥଳରେ ୮ଜଣ କମ୍ରେଡ ସହିଦ ହେଲେ ଏବଂ ୧୨ ଜଣ ଆହତ ହେଲେ। ସେଠାରୁ ପୁଣି ଆଗକୁ ବଢିଲୁ। କିନ୍ତୁ ପ୍ରାୟ ୩୦ ମିନିଟ ଯିବା ପରେ ଏକ ପାହାଡ ତଳେ ଶତ୍ରୁ ଅପେକ୍ଷା କରି ରହିଥିଲେ।ତୁରନ୍ତ ଆମ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଆମର ୧୪ ଜଣ କମ୍ରେଡ ସହିଦ ହୋଇଗଲେ ଏବଂ ୧୭ ଜଣ ଆହତ ହୋଇଗଲେ। ଶତ୍ରୁ ଚାରିପଟୁ ଘେରି ଆମକୁ ମାରିଥିଲେ ବୋଲି ନକ୍ସଲ କହିବା ସହ ଏହି ନରସଂହାରକୁ ବିରୋଧ କରିବାକୁ ଆହ୍ବାନ ଦେଇଛନ୍ତି।

    ତେବେ ଏହି ଗୁଳିବିନିମୟରେ ୩୫ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କହିବା ସହ ସେମାନଙ୍କର ନାମ ଘୋଷଣା କରାଯାଇଛି। ସେମାନେ ହେଲେ ପୂର୍ବ ବସ୍ତର ଡିଭିଜନାଲ କମିଟିର ସଚିବ ନୀତୀ ଅରଫ ଉର୍ମିଲା। କମାଣ୍ଡର ନନ୍ଦୁ ମାଣ୍ଡବୀ,ସଦସ୍ୟ ମୁରଲୀ ମାତଲାମୀ,କମ୍ରେଡ ସୁରେଶ,ସଦସ୍ୟା କମ୍ରେଡ ଶ୍ୟାମବତୀ ମାଡକମ ଓରଫ ମୀନା, ସଦସ୍ୟ ମହେଶ ମାଣ୍ଡବୀ,ସଦସ୍ୟ ବିଜୟ, ସଦସ୍ୟା ବାସନ୍ତୀ ବଡଦା, କମାଣ୍ଡର ଅର୍ଜୁନ ଲେକାମ, ସେକ୍ସନ କମାଣ୍ଡର ଜଗନୀ ବଡ୍ଡେ, ସଦସ୍ୟ ସୋନୁ କର୍ରାମ,ସଦସ୍ୟା ସୀମା,ସଦସ୍ୟା ଜମଲୀ ମାଣ୍ଡବୀ,ସଦସ୍ୟା ସୋମେ ଦୁଗ୍ଗା,ସଦସ୍ୟ ଗଡ୍ଡୁ ସଲାମ,ସଦସ୍ୟ ରୋହନ ପଦ୍ଦା,ସଦସ୍ୟ ମନୋଜ,ସଦସ୍ୟ ସୁଶିଲ,ସଦସ୍ୟ ବୁଦ୍ଧୁରାମ ମାଡକମ,ସଦସ୍ୟ ସୁନ୍ଦରୀ ଓୟାମ,ସଦସ୍ୟା ବୁଦରୀ କବାଚି,ସଦସ୍ୟା ମଙ୍ଗଲଦେଇ କାବାଚୀ,ସଦସ୍ୟ ରାମଦେବ କୋର୍ରାମ, ସଦସ୍ୟ କମଲୁ କଲମୁ, ସଦସ୍ୟ ଅନୀଲ ଡୋଡି,ସଦସ୍ୟା ଜନବତୀ କଶ୍ୟପ,ସଦସ୍ୟ ସୋମାରୁ କୋଡତି,ପିଏଲଜିଏ ସଦସ୍ୟ ନରେଶ,ପିଏଲଜିଏ ସଦସ୍ୟ ସୁଗଦାୟ କଶ୍ୟପ, ମିଲିସିଆ ସଦସ୍ୟ ପୁଲସିଂ କାବାଚୀ,ମିଲିସିଆ ସଦସ୍ୟ ଲୋକେଶ,ପିଏଲଜିଏ ସଦସ୍ୟ ଦଶମତି ପୋୟାମ,ପାର୍ଟି ସଦସ୍ୟ ସାନ୍ତୋ ମାଡ଼କମ ଓ ସଦସ୍ୟ ମୋହନ। ଛତିଶଗଡ ସରକାର ସଂଗଠନକୁ ନଷ୍ଟ କରିବା ପାଇଁ ଅପରେସନ କଗାର ଆରମ୍ଭ କରି ଏଭଳି ନରସଂହାର କରୁଛି।ଯାହାକୁ ସମସ୍ତେ ବିରୋଧ କରିବା ଉଚିତ ବୋଲି ସଂଗଠନ ଦାବି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.7 ° C
    38.7 °
    38.7 °
    16 %
    2.7kmh
    0 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ