Thursday, August 14, 2025
28.1 C
Odisha

    NCERT ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : NCERT ଅଷ୍ଟମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ Exploring Society: India and Beyond”ରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହକୁ ବାଦ ଦେଇଛି । ପାଇକ ବିଦ୍ରୋହ ବିଷୟ ହଟିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ କରି ଲେଖିଛନ୍ତି, ପାଇକ ବିଦ୍ରୋହ ଓଡ଼ିଶା ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ।

    ୧୮୧୭ରେ ଓଡ଼ିଶାର ବୀର ପାଇକମାନେ ଅଭୂତପୂର୍ବ ସାହସ ପ୍ରଦର୍ଶନ କରି ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିଲେ । ଏହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି । ନାସନାଲ କାଉନସିଲ ଅଫ ଏଜକେସନନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ-ଏନସିଇଆରଟି ସାମାଜିକ ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବିଷୟ ବାଦ ଦେବା ଆମର ବୀର ପାଇକଙ୍କ ପ୍ରତି ଘୋର ଅସମ୍ମାନ । ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ପାଇକ ବିଦ୍ରୋହ ସଂଘଟିତ ହୋଇଥିଲା । ଏହା ବ୍ରିଟିଶ ଶାସନ ବିରୋଧରେ ଜନ ଆନ୍ଦୋଳନ ପାଇଁ ଆଲୋକବର୍ତ୍ତିକା ଥିଲା ବୋଲି ନବୀନ କହିଛନ୍ତି । omission” of Paika rebellion

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.1 ° C
    28.1 °
    28.1 °
    80 %
    2.2kmh
    100 %
    Thu
    28 °
    Fri
    30 °
    Sat
    30 °
    Sun
    29 °
    Mon
    27 °

    ସମ୍ବନ୍ଧିତ