Monday, March 30, 2026
25.1 C
Odisha

    ଜନ୍ମଦିନରେ ନୂଆଫିଲ୍ମର ଶୀର୍ଷକ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଆଜି ଥିଲା ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଜନ୍ମଦିନ। ଏହି ଅବସରରେ ସେ ନିଜର ଆଗାମୀ ଫିଲ୍ମର ଶୀର୍ଷକ ଘୋଷଣା କରିଛନ୍ତି। ଆସନ୍ତା ଦଶହରାରେ ମୁକ୍ତିଲାଭ କରିବାକୁ ଥିବା ଏହି ଫିଲ୍ମର ଶୀର୍ଷକ ରଖା ଯାଇଛି ‘ସୋନକ’। ସରଗମ୍ ତ୍ରିପାଠୀଙ୍କ ପ୍ରଯୋଜିତ ତଥା ଶିଶିର କୁମାର ସାହୁ ଓ ପିନାକୀ ସିଂଙ୍କ ନିର୍ଦ୍ଦେଶିତ ‘ସୋନକ’ରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ଗୌରବ ଆନନ୍ଦ। କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ବିଶ୍ବଭୂଷଣ ମହାପାତ୍ର। ସିନେମାଟୋଗ୍ରାଫର ବିଭୂତି ଭୂଷଣ ବିଶ୍ୱାଳ, ଚିତ୍ରନାଟ୍ୟରେ ଅମିତ୍ କୁମାର ଦାଶ ଓ ଅନୀଲ ବାରିକ ଏବଂ ସଂଳାପରେ ଅଛନ୍ତି ପ୍ରଣବ ପ୍ରସନ୍ନ ରଥ। କହିବା ଅନାବଶ୍ୟକ ଯେ ଏଥିରେ ବାବୁଶାନ୍ ନାୟକ ଭୂମିକାରେ ଅଛନ୍ତି। ତାଙ୍କ ନାୟିକା ଭାବେ ଜଣେ ନବାଗତାଙ୍କୁ ନିଆଯିବ, ଯାହାଙ୍କର ପରିଚୟ ବର୍ତ୍ତମାନ ଗୋପନ ରଖା ଯାଇଛି। ଏ ଦୁହିଁଙ୍କ ସହିତ ଆହୁରି ଅଛନ୍ତି ଦୀପନ୍ୱିତ ଦାସ ମହାପାତ୍ର, ରବି ମିଶ୍ର, ବବି ମିଶ୍ର, କେ.କେ, ଚୌଧୁରୀ ଜୟ ପ୍ରକାଶ ଦାସ ଓ ଭାସ୍ୱତୀ ବସୁ ପ୍ରମୁଖ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    47 %
    0.4kmh
    0 %
    Mon
    41 °
    Tue
    38 °
    Wed
    39 °
    Thu
    40 °
    Fri
    40 °

    ସମ୍ବନ୍ଧିତ