Saturday, April 4, 2026
29 C
Odisha

    କେନ୍ଦ୍ର ସରକାର ଓଡ଼ିଶାକୁ ମାଗଣା ଚାଉଳ ଦେଉଛନ୍ତି: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

    ଆଗକୁ ପଢନ୍ତୁ

    ବାଲେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାଲେଶ୍ୱରରେ ନୂଆ ଷ୍ଟେସନ ଓ ମେମୁ ଟ୍ରେନର ଲୋକାର୍ପଣ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଗୋପୀନାଥପୁର ରେଳ ଷ୍ଟେସନ୍‌ର ଲୋକାର୍ପଣ କରିଥିବା ବେଳେ, କେନ୍ଦ୍ର ରେଳମନ୍ତ୍ରୀ ନୀଳଗିରି-ବାଲେଶ୍ୱର ମେମୁ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଟ୍ରେନ୍‌କୁ ନୀଳଗିରିରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ରେଳମନ୍ତ୍ରୀ କହିଛନ୍ତିଳ ନୀଳଗିରିବାସୀଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୁରା ହୋଇଛି। ବାଲେଶ୍ଵର – ଗୋପୀନାଥପୂର୍ ନୀଳଗିରି ମେମୁ ଟ୍ରେନ ଚାଲିଛି। ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ମାଗଣା ଚାଉଳ ରାଜ୍ୟକୁ ଦେଉଛନ୍ତି। ଯେଉଁମାନେ ଏନେଇ ଆପଣଙ୍କୁ ଭ୍ରମରେ ପକାଉଛନ୍ତି, ସେମାନଙ୍କୁ ମୁଁ ଚ୍ୟାଲେଞ୍ଜ କରୁଛି। କୌଣସି ଭ୍ରମରେ ରହିବେ ନାହିଁ। ମୋଦୀ ଯେଉଁ କାମ ହାତକୁ ନିଅନ୍ତି,  ତାକୁ ସଂପୂର୍ଣ୍ଣ କରନ୍ତି। ବାଲେଶ୍ବରରେ ରେଳର ବିକାଶଲାଗି ସମସ୍ତ ପ୍ରକାରର ପ୍ରଚେଷ୍ଟା ଚାଲିଛି। ଖନ୍ତାପଡ଼ାରେ ରେଲୱେ ଓଭରବ୍ରିଜ୍ ନିର୍ମାଣ ହେବ ବୋଲି ସେ ଘୋଷଣା କରିଛନ୍ତି।

    ଆଜି ସକାଳେ ପ୍ରଥମେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେମୁଣା ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ସହ ଠାକୁର ଦର୍ଶନ କରିଥିଲେ। ଏହାପରେ ମନ୍ଦିରକୁ ଆସିଥିବା ଭକ୍ତମାନଙ୍କ ସହ ମନ୍ଦିର ପରିସରରେ ବୁଲିଥିଲେ। ଏହି ଅବସରରେ ମନ୍ଦିର କମିଟି ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଏକ ଯାତ୍ରୀ ନିବାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସେ ୫୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେବାକୁ ଘୋଷଣା ମଧ୍ୟ କରିଛନ୍ତି। ମନ୍ଦିର ଦର୍ଶନ ପରେ ଶ୍ରୀ ବୈଷ୍ଣବ ରେମୁଣା ଏନଏସିରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଥିଲେ। ଏହାପରେ ନୀଳଗିରି ଗସ୍ତ କରି ବହୁ ପ୍ରତୀକ୍ଷିତ ଗୋପୀନାଥପୁର ରେଳଷ୍ଟେସନର ଲୋକାର୍ପଣ କରିବା ସହ ସବୁଜ ପତାକା ପ୍ରଦର୍ଶନ କରି ନୀଳଗିରି-ବାଲେଶ୍ୱର ମେମୁ ପାସେଞ୍ଜର ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ। ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନର ବି ଲୋକାର୍ପଣ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ