Sunday, September 27, 2026
21.7 C
Odisha

    ବିଜେପି କର୍ପୋରେଟର ଙ୍କୁ ଅମାନୁଷିକ ଭାବରେ ମାଡ଼ମାରି ଗିରଫଦାରିକୁ ବିରୋଧ କରି ବିଜେପିର ଜାତୀୟ ରାଜପଥ ଅବରୋଧ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୧୩/୧: ଆଜି ରାଜଧାନୀ ରାଜରାସ୍ତା ରେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ ରୂପେ ଠପ୍ ହୋଇଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ ର କର୍ପୋରେଟର ଜୀବନ ରାଉତ ଙ୍କୁ କମିଶନର ରେଟ୍ ପୋଲିସ ର ଅମାନୁଷିକ ଭାବେ ମାଡ଼ ମାରି ଗିରଫ ଦାରିକୁ ବିରୋଧ କରି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସହ ସହ କାର୍ଯ୍ୟକର୍ତ୍ତା ସସଙ୍ଗ ବିହାର ଛକ ଜାତୀୟ ରାଜପଥ ଅବରୋଧ କରି ଥିଲେ ପ୍ରାୟ ଦୁଇ ଘଣ୍ଟା ଧରି। ପର ମୁହୂର୍ତରେ ବିଜେପି ର ପ୍ରତିନିଧି ମଣ୍ଡଳୀ ସହ କମିଶନର ପୋଲିସ ଆଡିସ ନାଲ୍ ସିପି ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା ଓ ଜିଲ୍ଲା ବିଜେପି ପୋଲିସ କୁ ୪୮ ଘଣ୍ଟା ର ମହଲତ ଦେଇଥିଲା ସଂପୃକ୍ତ ପୋଲିସ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ। ରାଜନୀତିକ ଆକ୍ରୋଶ ରଖି ପୋଲିସ ସରକାରୀ ଦଳର ଗୁଣ୍ଡା ସାଜିକି ଏଭଳି ଅମାନୁଷିକ ଭାବରେ ଜଣେ ଜନପ୍ରତିନିଧି ଙ୍କୁ ବାଡେଇବା ଓ ଅସଭ୍ୟ ଭାଷାରେଗାଳି ଦେବାର ଅଧିକାର କିଏ ଦେଲା। ଯଦି ସେ ଭୁଲ କରିଛନ୍ତି ତାଙ୍କୁ ଗିରଫ କରି ଥାନାକୁ ନିଅ ଓ କୋଟ ଫରୁଆଡ୍ କର କିନ୍ତୁ ତାଙ୍କୁ ଅମାନୁଷିକ ଭାବରେ ବାଡେଇବାର ଅଧିକାର ପୋଲିସ ର ନାହିଁ। ସେ ଭାଇରାଲ ଅଡିଓ ଓ ଭିଡ଼ିଓ ରେ ପୋଲିସ ଏହିପରି ବାଡ଼ଉଛି ଏଭଳି ଅମାନୁଷିକ ଭାବରେ। ହାଡ କୋର୍ ଅପରାଧୀ ମାନଙ୍କୁ ମଧ୍ୟ ପୋଲିସ ଏହି ପରି ମାଡ଼ମାରୁ ନଥିବ ବୋଧେ ଯେଉଁ ଭଳି ଜଣେ ଜନ ପ୍ରତିନିଧିକୁ ମାରୁଛି। ସେ ଜଣେ ନିର୍ବାଚିତ ଜନପ୍ରତିନିଧି ଲୋକେ ତାଙ୍କୁ ଭୋଟ ଦେଇ ଜିତାଇଛନ୍ତି। ସେ ନିଜ ଅଞ୍ଚଳର ସମସ୍ୟା, ଲୋକଙ୍କ ସୁବିଧା ଅସୁବିଧା କଥା ବୁଝିବେ। ସରକାର ଯାହା ଭୁଲ କରୁଛନ୍ତି ତାକୁ ନେଇ ମଧ୍ୟ ସ୍ୱର୍ ଉତଳନ କରିବେ ଏ ଅଧିକାର ତାଙ୍କୁ ସମ୍ବିଧାନ ଦେଇଛି। କିନ୍ତୁ ସମ୍ବିଧାନ ପୋଲିସକୁ ଦେଇଛି କି ଜଣେ ନିର୍ବାଚିତ ଜନ ପ୍ରତିନିଧି କୁ ଏଭଳୀ ଅମାନୁଷିକ ଭାବରେ ମାଡ଼ ମାରିବା ପାଇଁ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ, ଦେଖନ୍ତୁ ପୋଲିସ୍ ଆଜି ସରକାର ହାତ ବାରିସ ସାଜିଛି। ଏ ଘଟଣା ଆରମ୍ଭ ହୋଇଛି ଯେଉଁ ଦିନ ବିଜେପି କର୍ପୋରେଟର ଜୀବନ ରାଉତ ବା ଅପରୂପ ନାରାୟଣ ରାଉତ ରାଜ୍ୟ ସରକାର ଙ୍କ ଶ୍ରୀ ଜଗନ୍ନାଥ ରଥ ବୁଲିବା ପ୍ରସଙ୍ଗ ରେ କହିଥିଲେ। ସେ କହିଥିଲେ ଯେ ପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ଠାକୁର। ଶ୍ରୀ ଜଗନ୍ନାଥ ଙ୍କ ରଥ କରିକି ବୁଲେଇବା ପାଇଁ କାହାକୁ ପଇସା ଦେବା ଦରକାର ନାହିଁ। କାରଣ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କର ଆରାଧ୍ୟ ଦେବତା ଏବଂ ସେ କଥାକୁ ନେଇ ଵିଏମସି ଅଧିକାରୀ ଙ୍କୁ ପ୍ରଶ୍ନ ପଚାରିଥିଲେ କାହିଁକି ୫ ଲକ୍ଷ୍ୟ ଟଙ୍କା ବାଣ୍ଟୁଛ। ଶ୍ରୀ ଜଗନ୍ନାଥ ଙ୍କ ରଥ କୁ ଆମେ ସ୍ବାଗତ କରୁଛୁ ସବୁ ୱାର୍ଡ଼ ରେ ବୁଲିବ। ଏହି କଥାକୁ ନେଇକି ଏହି ସରକାରଙ୍କର ଏହି କର୍ପୋରେଟର ଙ୍କ ଉପରେ ରାଗ ଥିଲା। ସେଇଠୁ ଆରମ୍ଭ ହୋଇଛି ଏହି କଥା, ତାର ପ୍ରତିବାଦରେ କିଭଳି ତାକୁ ଜେଲ ରେ ପୁରାଇ ତାକୁ କିଭଳି ଆକ୍ରମଣ କରାଯାଇ ପାରିବ ଏକ ବିରାଟ ଷଡ଼ଯନ୍ତ୍ର ରଚିଥିଲେ। ଯଦି ସେ କୌଣସି ଦୋଷ କରିଛି ତାକୁ ତମେ ଗିରଫ କରି ଜେଲ ପଠାଇଥାନ୍ତ। ପୋଲିସ କୁ କିଏ ଅଧିକାର ଦେଲା ଏଭଳି ବବରଚିତ ଅମାନୁଷିକ ଭାବେ ଜଣେ ଜନ ପ୍ରତିନିଧି କୁ ବାଡେଇବା ପାଇଁ। ପୋଲିସ କୁ କିଏ ସାହସ ଦେଲା। କୋଉଠୀନା କୋଉଠି ବିଜୁ ଜନତା ଦଳ ଏହା ପଛରେ ରହିଛି ଓ ପୋଲିସ କୁ ସାହସ ଦେଉଛି। ସେ ଭାରତୀୟ ଜନତା ପାର୍ଟି ର କର୍ପୋରେଟର ତାକୁ ବାଡାଆ , ଆହତ କର ଯେତେ ଯାହା ନିଯ୍ୟାତନା ଦିଆଯାଇ ପାରିବ ଦିଅ। ସେହି ଭଳି ଭାବରେ ସେ କଥାକୁ ପୋଲିସ ଗୁରୁତ୍ଵ ଦେଇ ସେ କର୍ପୋରେଟର ଙ୍କୁ ବାଡେଇଛି କେବଳ ବାଡେଇ ନାହିଁ ସେ ଯେତେବଳେ ପାଣି ମାଗିଛନ୍ତି ପିଇବା ପାଇଁ ଆପଣ ମାନେ ସେ ଭାଇରାଲ ଅଡିଓ ଶୁଣିବେ ପାଣି ବଦଳରେ ତାଙ୍କ ପାଟି ଭିତରେ ବାଡି ପୁରାଇଛନ୍ତି ଓ ପୋଲିସ ର ଛେପ ଚାଟିବାକୁ କହିଛନ୍ତି। କୋଉଠୀନା କୋଉଠି କେବଳ ଭାରତୀୟ ଜନତା ପାର୍ଟି ନୁହେଁ କି ଭୁବନେଶ୍ୱର ବାସୀ ନୁହେଁ ସମଗ୍ର ମଣିଷ ସମାଜ ଆଜି ସ୍ତବ୍ଦ ହୋଇଯାଇଛି। ଯାହା ଘଟିଥିଲା ସିନେମାରେ ଦେଖିଥିଲୁ ଜେଲ ଭିତରେ କ୍ରିମିନାଲ ପାଣି ମାଗେ ପୋଲିସ ତାକୁ ପରିସ୍ରା ଦିଅନ୍ତି ଆଜି ତାକୁ ସତ୍ୟରେ ପରିଣତ କରିଛନ୍ତି କମିଶନର ରେଟ ପୋଲିସ । ଏ କମିଶନର ରେଟ ପୋଲିସ ରାଖ୍ୟାସ ଠାରୁ ମଧ୍ୟ କମ୍ ନୁହନ୍ତି। ଯେଉଁ ଭଳି ଭାବରେ ବାବରିତ ଆକ୍ରମଣ କରିଛନ୍ତି ଏହି କମିଶନର ରେଟ ପୋଲିସ ଜଣେ ଜନ ପ୍ରତିନିଧି କି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ। ଭାରତୀୟ ଜନତା ପାର୍ଟି ଆଜି ଦାବି କରୁଛି ଯେଉଁ ପୋଲିସ୍ ମାନେ ସେ ଘଟଣାରେ ସଂପୃକ୍ତ ତାଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଭାରତୀୟ ଜନତା ପାର୍ଟି ଆଜି ସେ ଦାବୀ ରଖି ରାଜ ରାସ୍ତାରେ ବସିଛି। ପୋଲିସ ବାବରତାର ସବୁ ସୀମା ଲଂଘିଛି। ପୋଲିସ ବାଡେଇବାବେଳର ଭାଇରାଲ ଭିଡିଓ କୁ ଆପଣ ମାନେ ଦେଖିବେ ତେବେ ଜାଣି ପାରିବେ କିଭଳି ପୋଲିସ ସିନେମା ଭଳି ଥାଡ ଡ଼ିଗ୍ରୀ ଦଉଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଯଦି କମିଶନର ରେଟ ପୋଲିସ ସଂପୃକ୍ତ ଅଫିସର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ପରମୁହୂର୍ତ୍ତରେ ଏହି ଆନ୍ଦୋଳନ କୁ ଆହୁରି ଶାଣିତ କରାଯିବ ବୋଲି ଜିଲ୍ଲା ସଭପତି ବାବୁ ସିଂ ଚେତାବନୀ ଦେଇଛନ୍ତି।

    ଏହି କର୍ପୋରେଟ ସବୁବେଳେ ରାଜ୍ୟ ସରକାର ଓ ବିଏମସି ର ଦୁର୍ନୀତି ବିରୁଦ୍ଧରେ ଲଢେଇ ଜୋରଦାର କରୁଥିବାରୁ ତାଙ୍କ ପ୍ରତି ଅଭଳି ଘଟଣା ଘଟା ଯାଇଛି। ତାଙ୍କୁ ଅମାନୁଷିକ ଭାବରେ ମାଡ଼ ମାରିବା ଅଡିଓ ଓ ଭିଡିଓ କୁ ଭୁବନେଶ୍ୱର ର ଗଳିକନ୍ଦି ରେ ଦେଖାଇ ରାଜ୍ୟ ସରକାର ଓ ପୋଲିସ ର ବବରତା ର ମୁଖା ଖୋଲିବୁ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି।
    ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ରାମଚନ୍ଦ୍ର ରଣସିଂହ, ମଧୁସ୍ମିତା ପ୍ରଧାନ, ଯଶୋଧରା ପ୍ରଧାନ, ସୁଜାତା ଛୋଟରାୟ,ଲକ୍ଷ୍ମୀପ୍ରିୟା ପରିଡ଼ା, ଧରିତ୍ରୀ ଜେନା, ଗୀତାଞ୍ଜଳୀ ସାହୁ, ସୁଚିତ୍ରା ପାତ୍ର , ବିଜେପି ନେତା ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା, ସୁଭାଷିନୀ ପୃଷ୍ଟି, ଉପେନ୍ଦ୍ର ଭଞ୍ଜ, ମାନସୀ ରାୟ, ତୃପ୍ତିମଇ ମକଦ୍ଦମ, ଧୀରେନ୍ ପାତ୍ର, ମନୋରଞ୍ଜନ ସ୍ବାଇଁ, ସୁରେନ୍ଦ୍ର ପ୍ରଧାନ, ସୋୟମ୍ଭୁ ପଟ୍ଟନାୟକ, ଜଗନ୍ନାଥ ବେହେରା, ବିଜୟ ରାଉତ,ବିନ୍ଦୁଲତା ବଳିୟାର ସିଂ,ଉନ୍ନତି ପରିଡ଼ା, ଆଶିଷ ମହାପାତ୍ର, ବିଷ୍ଣୁ ପ୍ରସାଦ ସାହୁ, ରଜନୀବାଳା ଦାସ, ସୁଶିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ