Saturday, May 2, 2026
38.1 C
Odisha

    ଆରମ୍ଭ ହେଲା ନାଇଟ୍ ସଫାରୀ, ରାତ୍ରୀ ୯ଟା ଯାଏଁ ଜଙ୍ଗଲ ବୁଲିପାରିବେ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି ନାଇଟ୍ ସଫାରୀ। ଆଜିଠୁ ପର୍ଯ୍ୟଟକ ରାତ୍ରିକାଳୀନ ଭ୍ରମଣର ଅନୁଭୂତି ନେଇପାରିବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଭରତପୁର ସେକ୍ସନରେ ରାତ୍ରିକାଳୀନ ଟ୍ରେଲ୍ ବା ନାଇଟ୍ ଟ୍ରେଲ୍ ଆରମ୍ଭ କରାଯାଇଛି। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଆଜି ନାଇଟ୍ ସଫାରୀର ଶୁଭାରମ୍ଭ କରିଛନ୍ତି। ଆଜି ପ୍ରଥମ ନାଇଟ୍ ସଫାରୀରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୨ ଟି ଗାଡିରେ ଜଙ୍ଗଲ ବୁଲାଇବା ବ୍ୟବସ୍ଥା ହୋଇଛି। ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅନେକ ଲୋକ ସେମାନଙ୍କ କାର୍ଯ୍ୟ ପ୍ରତିବଦ୍ଧତା କାରଣରୁ ଦିନରେ ସଫାରୀ ଉପଭୋଗ କରିବା କଷ୍ଟକର ହୋଇପଡୁଛି । ନାଇଟ୍ ସଫାରୀ ପ୍ରଚଳନ ପରେ ଏହି ବ୍ୟକ୍ତିମାନେ ଅନ୍ଧାର ପରେ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଅନୁଭବ କରିପାରିବେ ଏବଂ ହରିଣ, ବଣୁଆ ଘୁଷୁରୀ ଓ ହାତୀ ଭଳି ବନ୍ୟଜନ୍ତୁଙ୍କୁ ଦେଖିପାରିବେ ବୋଲି ପିସିସିଏଫ୍ କହିଛନ୍ତି। ପର୍ଯ୍ୟଟକମାନେ ରାତି ୯ଟା ପର୍ଯ୍ୟନ୍ତ ସଫାରୀର ମଜା ନେଇପାରିବେ। ରାତି ୯ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଏହି ଟ୍ରେଲ ଯୋଗୁଁ ବନ୍ୟଜନ୍ତୁ ଯେପରି ହଇରାଣ ନ ହୁଅନ୍ତି ସେଥିପାଇଁ ବନ ବିଭାଗ ଯଥେଷ୍ଟ ସତର୍କତା ଅବଲମ୍ବନ କରିବ ବୋଲି ପ୍ରକୃତିପ୍ରେମୀ ଶ୍ରୀ ନନ୍ଦ କହିଛନ୍ତି। ଏହି ପଦକ୍ଷେପ ଦ୍ୱାରା ବନ୍ୟପ୍ରାଣୀ ପ୍ରେମୀ, ଗବେଷକ ଏବଂ ଛାତ୍ରଛାତ୍ରୀମାନେ ବହୁ ଉପକୃତ ହେବେ ଏବଂ ଚନ୍ଦକାଠାରେ ରାତି ସଫାରୀରେ ରାତ୍ରିକାଳୀନ ପଶୁମାନଙ୍କୁ ଦେଖିବା ଏବଂ ନିରୀକ୍ଷଣ କରିବାର ସୁଯୋଗ ପାଇବେ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.1 ° C
    38.1 °
    38.1 °
    18 %
    7.1kmh
    73 %
    Sat
    40 °
    Sun
    42 °
    Mon
    41 °
    Tue
    33 °
    Wed
    38 °

    ସମ୍ବନ୍ଧିତ