Sunday, October 4, 2026
29.6 C
Odisha

    ହ୍ରାସ ପାଇଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଉପସ୍ଥାପନା ସମୟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ୍ ଉପସ୍ଥାପନ କରିବା ସହ ଅନ୍ତରୀଣ ବଜେଟ୍ ୨୦୨୪ ପାଇଁ ନିଜର ବଜେଟ୍ ଭାଷଣ ଦେଇଥିଲେ।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟରେ ସାଧାରଣଲୋକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଏହି ସମୟରେ ଲୋକଙ୍କ ନଜର ନିର୍ମଳା ସୀତାରମଣଙ୍କ ଭାଷଣ ସମୟ ଉପରେ ରହିଥିଲା। କାରଣ ସୀତାରମଣଙ୍କ ନାମରେ ଏଯାବତ ସବୁଠାରୁ ଦୀର୍ଘ ବଜେଟ ଉପସ୍ଥାପନା କରିବାର ରେକର୍ଡ ରହିଛି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ରେ ସବୁଠାରୁ ଦୀର୍ଘ ସମୟ ଧରି ଭାଷଣ ଦେଇ ‌ରେକର୍ଡ ସୃଷ୍ଟି କରିବା ସହିତ ୨୦୦୩ରେ ୟଶବନ୍ତ ସିଂହଙ୍କ ରେକର୍ଡକୁ ଭାଙ୍ଗି ଦେଇଥିଲେ। ୟଶବନ୍ତ ସିଂହ ସେ ସମୟ‌ରେ ୨ଘଣ୍ଟା ୧୩ ମିନିଟର ଦୀର୍ଘ ସମୟର ଭାଷଣ ଦେଇଥିଲେ।୨୦୨୦‌ରେ ନିର୍ମଳା ସୀତାରମଣ ୨.୪୨ ମିନିଟ ଧରି ବଜେଟ ଉପସ୍ଥାପନା କରିଥିଲେ। ଏହାପର ଠାରୁ ତାଙ୍କର ବଜେଟ ଉପସ୍ଥାପନା ଉପରେ ସମସ୍ତଙ୍କ ନଜର ରହିଥିବା ‌ବେଳେ ଏହାର ସମୟ କିନ୍ତୁ ଧୀରେ ଧୀରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଅନ୍ତରୀଣ ବଜେଟ୍ ୨୦୨୪ରେ ନିର୍ମଳା ନିଜର ଭାଷଣ ୬୦ମିନିଟରେ ଶେଷ କରିଥିବା ଜଣାପଡ଼ିଛି।

    ବଜେଟ୍ ଅଭିଭାଷଣ ଆରମ୍ଭରେ ସେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରି ମୋଦୀ ସରକାରଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ପରିକଳ୍ପନା ବିଷୟରେ କହିଥିଲେ। ଏଥିସହିତ ୨୦୪୭ ସୁଦ୍ଧା ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ ବୋଲି ନିଜର ବଜେଟ ଅଭିଭାଷଣ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ