Saturday, April 11, 2026
37.5 C
Odisha

    କେନ୍ଦ୍ରମନ୍ତ୍ରୀଙ୍କ ଶିଳାନ୍ୟାସକୁ ବିତିଗଲା ଅଠର ମାସ, ପଡ଼ିଲାନି ମୁଠାଏ ମାଟି

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକର କଳିଙ୍ଗା ଗ୍ରାମପଞ୍ଚାୟତ କୁରୁମିଙ୍ଗିଆ ମୌଜା ଅନ୍ତର୍ଗତ ମାଲାନସୁଗା ଛକ ନିକଟରେ ୨୦୨୩ ମଇ ମାସ ୩୦ତାରିଖ ତାରିଖରେ ପ୍ରସ୍ତାବିତ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ନିମନ୍ତେ ତତ୍କାଳୀନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜନଜାତି ବ୍ୟାପାର ଓ ଜଳଶକ୍ତି ଭାରତ ସରକାରଙ୍କ କରକମଳରେ ଶୁଭ ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଇତି ମଧ୍ୟରେ ଅଠର ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ବିଦ୍ୟାଳୟ ନିର୍ମାଣ ତ ଦୂରର କଥା ମାଟି ମୁଠାଏ ମଧ୍ୟ ପଡ଼ିନାହିଁ।
    ଘୁ.ଉଦୟଗିରି ବ୍ଲକଟି ସାଧାରଣତଃ ଗରିବ ସହ ଆର୍ଥିକ ସ୍ଥିତିରେ ଦୁର୍ବଳ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ବହୁଳ ଅଞ୍ଚଳ ହୋଇଥିବାବେଳେ ଏଠିକାର ଛାତ୍ରଛାତ୍ରୀ ପାଠପଢ଼ା ନିମନ୍ତେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଏକ କେନ୍ଦ୍ରୀୟ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ସ୍ଥାପନ ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଉଥିଲା। ଅଞ୍ଚଳବାସୀଙ୍କ ଦାବି ଓ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦେଖି ସରକାରଙ୍କ ତରଫରୁ ଗତବର୍ଷ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା।

    ସେ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ ସ୍ଥାନ ନିରୁପଣ କରାଯାଇ ମାନ୍ୟବର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ଵାରା ଶିଳାନ୍ୟାସ କରାଯାଇଥିବାବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବିଜେପି ଜିଲ୍ଲା ସଭାପତି, ରାଷ୍ଟ୍ରୀୟ ଜନଜାତି ଉପ-ସଭାପତି, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟା, ତହସିଲଦାର, ବିଡିଓ ,ଜିଲ୍ଲା ମଙ୍ଗଳ ଅଧିକାରୀ, ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଲେ ସ୍ଥାନୀୟ ଜନଜାତି ବର୍ଗର ଛାତ୍ରଛାତ୍ରୀମାନେ ଉପକୃତ ହେବା ନେଇ ଅତିସୁନ୍ଦର ଭାଷଣ ଦେଇଥିଲେ |

    କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଶିଳାନ୍ୟାସ ଫଳକ ଛଡ଼ା ଆଉ କିଛି ନାହିଁ ସେହି ସ୍ଥାନରେ। ଦୀର୍ଘ ୧୫ ମାସ ହେଲାଣି ବିଦ୍ୟାଳୟ ନିର୍ମାଣ ନିମନ୍ତେ ଅଞ୍ଚଳବାସୀଙ୍କୁ ଆଶା ଦେଖେଇ ବର୍ତ୍ତମାନ ସୁଦ୍ଧା ମନ୍ତ୍ରୀ ମହୋଦୟ, ସ୍ଥାନୀୟ ପ୍ରଶାସନ ଓ ବିଜେପି ଜନପ୍ରତିନିଧି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଆଗ୍ରହ ପ୍ରକାଶ କରୁନଥିବା ଅନୁମାନ କରି ବୁଦ୍ଧିଜୀବୀ ମହଲରେ ନକରାତ୍ମକ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ