Monday, September 14, 2026
29.6 C
Odisha

    ଭସାଣି ବେଳେ କଟକ ଦୁର୍ଗାପୂଜାରେ ଦୁଲୁକିବ ପାରଂପରିକ ବାଜା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ପାର୍ବଣ ଋତୁ ପାଖେଇ ଆସୁଛି। ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ମା’ଙ୍କ ପୂଜା ପାଇଁ ମାଟିଉଠା କାମ ହୋଇଯାଇଛି। ଦୁର୍ଗାପୂଜା ପାଇଁ ଏବେ ଠାରୁ ତୋରଣ କାମ ମଧ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏଥର କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣିରେ ଡିଜେ ବାଜିବ ନାହିଁ। ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ପୁଲିସ କମିସନର ଏନେଇ ସୂଚନା ଦେଇଛନ୍ତି।
    ଭସାଣିରେ ପାରଂପରିକ ବାଦ୍ୟ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି। ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।
    ପୁଲିସ କମିସନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ। ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ। ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି।

    ସୂଚନାଯୋଗ୍ୟ ପୂର୍ବରୁ କମିସନରେଟ ପୁଲିସ ଗଣେଶ ପୂଜାଭସାଣିକୁ ଅନୁମତି ଦେଇ ନାହିଁ। ପାରଂପରିକ ବାଦ୍ୟରେ ଗଣେଶ ମୂର୍ତ୍ତି ଭସାଣି କରିବାକୁ ଅନୁମତି ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.6 ° C
    29.6 °
    29.6 °
    65 %
    2.1kmh
    11 %
    Mon
    29 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ