Saturday, July 27, 2024
24.5 C
Odisha

    ୭ବର୍ଷ ବୟସରେ ସ୍କେଟିଙ୍ଗରେ ହାସଲ କରିଛନ୍ତି ୩୨ଟି ସ୍ୱର୍ଣ୍ଣ ପଦକ

    ଆଗକୁ ପଢନ୍ତୁ

    ୭ ବର୍ଷ ବୟସର ସମୃଦ୍ଧି ଯେତେବେଳେ ସ୍କେଟିଙ୍ଗ ଦୌଡ ଆରମ୍ଭ କରନ୍ତି ସେତେେବେଳ ବଡ ବଡ ସ୍କେଟିଂ ଖେଳାଳୀମାନେ ମଧ୍ୟ ପଛରେ ପଡିଯାଆନ୍ତି । ଗ୍ରେଟର ନୋଏଡାରେ ରହୁଥିବା ସମୃଦ୍ଧି ସାଡେ ୩ ବର୍ଷଳରୁ ସ୍କେଟିଂ ଶିଖିବା ଆରମ୍ଭ କରିଦେଇଥିଲେ । ଏବେ ସମୃଦ୍ଧି ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟାନ ହୋଇଛନ୍ତି । ସ୍କେଟିଂ ଖେଳି ସମୃଦ୍ଧି ଏପର୍ଯ୍ୟନ୍ତ ୩୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ସବୁ ପଦକ ଜିଲ୍ଲା ସ୍ତର, ରାଜ୍ୟସ୍ତର ଓ ଜାତୀୟ ସ୍ତରରୁ ହାସଲ କରିଛନ୍ତି । ଏବେ ସମୃଦ୍ଧି ପୁଣି ଦ୍ୱିତୀୟ ଥର ପାଇଁ ଜାତୀୟ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛନ୍ତି ।ଏହି ସ୍ଥାନରେ ପହଂଚିବାକୁ ସମୃଦ୍ଧିଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ସମୃଦ୍ଧିଙ୍କ କହିବା ମୁତାବକ ସେ ପ୍ରତିଦିନ ସକାଳେ ଖୁବଶୀଘ୍ର ଉଠି ଯାଆନ୍ତି । ସ୍କୁଲ ଯିବାର ୨ ଘଣ୍ଟା ପୂର୍ବରୁ ସେ ଅଭ୍ୟାସ ଆରମ୍ଭ କରିଥାନ୍ତି । କେବଳ ସେତିକି ନୁହେଁ ସ୍କୁଲରୁ ଫେରିବା ପରେ ମଧ୍ୟ ଅଭ୍ୟାସ କରିଥାନ୍ତି ।

    ସମୃଦ୍ଧିଙ୍କ ସହ ତାଙ୍କ ବାପା ଓ ମା ମଧ୍ୟ ଅନେକ ପରିଶ୍ରମ କରୁଛନ୍ତି । ସେମାନେ କହିଛନ୍ତି କି, ଆଜି ସମୃଦ୍ଧି ଯେଉଁ ସ୍ଥାନରେ ପହଂଚିଛି ତାହା ପ୍ରାରମ୍ଭରୁ ଆଶା କରାଯାଇ ନଥିଲା । ହେଲେ ଥରେ ଅନ୍ୟପିଲାମାନେ ସ୍କେଟିଂ କରୁଥିବାର ଦେଖି ସମୃଦ୍ଧି ସ୍କେଟିଂ କରିବାକୁ ଜିଦ୍ କରିଥିଲା । ଏହାପରେ ତାଙ୍କୁ ସ୍କେଟିଂ ଏକାଡେମୀରେ ଆଡମିଶନ କରାଯାଇଥିଲା । ସେତେବେଳେ ସମୃଦ୍ଧିର ବୟସ ମାତ୍ର ସାଢେ ୩ ବର୍ଷ ଥିଲା । ମାତ୍ର କିଛିଦିନ ଟ୍ରେନିଂ ନେବା ପରେ ପ୍ରଥମ ଥର ପାଇଁ ସେ ଚାମ୍ପିୟନସିପରେ ଭାଗ ନେଇ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

    ସେପଟେ ମଧ୍ୟମ ବର୍ଗର ପରିବାର ପାଇଁ ସ୍କେଟିଂ ଭଳି ଏକ ଖେଳ ଖେଳିବାକୁ ପିଲାକୁ ପ୍ରୋତ୍ସାହନ ଯୋଗାଇ ଦେବା ଏତେ ସହଜ ନୁହେଁ ବୋଲି ସମୃଦ୍ଧିଙ୍କ ବାପା ସୁଜିତ କହିଛନ୍ତି । କାରଣ ଏବେ ସମୃଦ୍ଧି ପାଇଁ ସ୍କେଟିଂ କରିବାକୁ ୧ଲକ୍ଷ ଟଙ୍କାର ଜୋତା କିଣିବାକୁ ପଡୁଛି । ଏହାସହ ସମୃଦ୍ଧି କହିଛନ୍ତି କି, ସ୍କେଟିଂ କରିବାକୁ ହେଲେ ଖାଦ୍ୟ ପାନୀୟରେ ସଂଜମତା ରକ୍ଷା କରିବାକୁ ପଡିବ । ୭ବର୍ଷିୟା ସମୃଦ୍ଧି ଏବେ କେବଳ ସେହି ଖାଦ୍ୟ ଖାଉଛନ୍ତି ଯେଉଁଥିରୁ ଶକ୍ତିମିଳିବ ଓ ବଳ ବୃଦ୍ଧି ହେବ । ଏବେ ସମୃଦ୍ଧି ଦେଶ ପାଇଁ ଅଲମ୍ପିକ ଖେଳିବାର ସ୍ୱପ୍ନ ଦେଖୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ