Saturday, July 27, 2024
24.8 C
Odisha

    ଏସିଡ୍ ଆକ୍ରମଣ : ବାପା-ପୁଅଙ୍କ ସମେତ ଜଣେ ଯୁବକ ଆହତ

    ଆଗକୁ ପଢନ୍ତୁ

    ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଶଶୀପାନ ଦୋକାନ ଛକରେ ଏସିଡ୍ ଆକ୍ରମଣରେ ୩ ଆହତ । ବାପା-ପୁଅ ଓ ଜଣେ ଯୁବକ ଘଟଣାରେ ଆହତ । ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମେଡିକାଲ ଟାଉନ୍ ଥାନା ପୋଲିସ ଏବଂ ଫୁଲବାଣୀ ଏସଡିପିଓ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଏସିଡ୍ ଆକ୍ରମଣରେ ପୀଡିତ ବାପା-ପୁଅ ହେଲେ ଚନ୍ଦ୍ର ମହାନ୍ତି ଓ ସୁରଜ ମହାନ୍ତି । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ଏମାନଙ୍କ ଉପରେ ଏସିଡ୍ ମାଡ ହୋଇଥିବା ସନ୍ଦେହ କରାଯାଉଛି ।ଆଜି ଅପରାହ୍ଣରେ ସୁରଜ ଓ ତାଙ୍କ ସାଙ୍ଗ ରାକେଶ ମିଶ୍ର ଶଶୀପାନ ଛକରେ ବାଇକ୍ ଉପରେ ବସିଥିବାବେଳେ ହଠାତ୍ ପ୍ରମୋଦ ସାହୁ ନାମକ ବ୍ୟକ୍ତି ଏକ ଢାଳରେ ଏସିଡ୍ ଆଣି ସୁରଜଙ୍କ ଉପରକୁ ଫିଙ୍ଗିଥିଲେ । କିଛି ଏସିଡ୍ ଛିଟା ରାକେଶଙ୍କ ଉପରେ ପଡିଥିଲା । ଏହି ସମୟରେ ସୁରଜଙ୍କ ବାପା ଚନ୍ଦ୍ର ମହାନ୍ତି, ପ୍ରମୋଦଙ୍କୁ ଅଟକାଇବାକୁ ଆସିଥିବାବେଳେ ତାଙ୍କ ଉପରକୁ ମଧ୍ୟ ଏସିଡ୍ ମାଡ କରିଥିଲା ଅଭିଯୁକ୍ତ । ସ୍ଥାନୀୟ ଲୋକେ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ କାବୁ ପୋଲିସକୁ ଜିମା ଦେଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ