Thursday, June 18, 2026
26 C
Odisha

    ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲା, ୪ ଗିରଫ

    ଆଗକୁ ପଢନ୍ତୁ

    ଆଦିବାସୀ ନାବାଳିକାକୁ ବେଆଇନ ପ୍ରସବ କରାଇବା ମାମଲାରେ ୪ ଗିରଫ । ସରକାରୀ ଡାକ୍ତରଖାନାର ଫାର୍ମାସିଷ୍ଟ, ବେସରକାରୀ ନର୍ସିଂହୋମ ମ୍ୟାନେଜର, ଗର୍ଭବତୀ କରାଇଥିବା ଯୁବକକୁ ମିଶାଇ ମୋଟ ୪ ଜଣ ଗିରଫ ହୋଇଛନ୍ତି । ସୁନ୍ଦରଗଡ ବିଶ୍ରା ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ଡାକ୍ତର ଜଣଙ୍କ ନାବାଳିକାକୁ ପ୍ରସବ କରାଇ ନବଜାତକ ଶିଶୁକୁ ନିଜ ଘରକୁ ନେଇଯାଇଥିଲେ ବୋଲି ଜଣାପଡିଛି । କିନ୍ତୁ ଲୋକଙ୍କୁ କୁହାଯାଇଥିଲା ଯେ ଶିଶୁଟିର ମୃତ୍ୟ ହୋଇଯାଇଛି । ପରେ କିନ୍ତୁ ଡାକ୍ତରଙ୍କ ଘରୁ ଉଦ୍ଧାର ହୋଇଛି ନବଜାତକ ଶିଶୁ କନ୍ୟା । ତେବେ ପୋଲିସ ସାଙ୍ଗରେ ସିଡବ୍ଲୁସି ଟିମ ଯାଇ ଶିଶୁଟିକୁ ଉଦ୍ଧାର କରିଛି । ବିଶ୍ରା ପୋଲିସ ଏହି ମାମଲାର ତଦନ୍ତ କରି ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ କରୁଛନ୍ତି ଜନେ ଡିଏସପି ପାହ୍ୟାର ମହିଳା ଅଧିକାରୀ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    72 %
    2.1kmh
    99 %
    Thu
    26 °
    Fri
    36 °
    Sat
    37 °
    Sun
    38 °
    Mon
    37 °

    ସମ୍ବନ୍ଧିତ