Friday, March 27, 2026
25.4 C
Odisha

    ନାମାଙ୍କନ ପତ୍ର ଦାଖଲ କଲେ ଅପରାଜିତା

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା: ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ପହଞ୍ଚି ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଅପରାଜିତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ । ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ । ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ଭିତରେ ଅପରାଜିତା ନାମାଙ୍କନ ପତ୍ର ଦାଖଲ କରୁଥିଲେ, ସେହି ସମୟରେ ଅଫିସ୍ ବାହାରେ ଜିଲ୍ଲାପାଳ ଅଫିସ ଆଗରେ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହେଇଥିଲେ । ଉଭୟ ଗୋଷ୍ଠୀର ସମର୍ଥକ ନାରାବାଜି କରିଥିଲେ।

    ସୂଚନାଯୋଗ୍ୟ, ଅପରାଜିତାଙ୍କ ପୂର୍ବରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ । ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ ଅଫିସରେ ମନ୍ମଥ ରାଉତରାୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମତଦାନ ପାଇଁ ଆଉ କିଛି ଦିନ ବାକି ଥିବାବେଳେ, ଜିଲ୍ଲାପାଳ ଅଫିସ ଆଗରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    32 %
    1.4kmh
    0 %
    Thu
    26 °
    Fri
    39 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ