Saturday, October 10, 2026
21.6 C
Odisha

    ଝାରସୁଗୁଡ଼ାରେ ପାରା ୪୨.୬ ଡିଗ୍ରି, ୧୭ ଦିନ ପରେ ୪୦ ଡିଗ୍ରିରୁ ତଳକୁ ଖସିଲା ରାଜଧାନୀର ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ଥିବା ବେଳେ ପାଗରେ ପରିବର୍ତ୍ତନ ହେତୁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିପାରି ନାହିଁ। ଝାରସୁଗୁଡ଼ାରେ ଆଜି ଦିନ ୨ଟା ୩୦ରେ ସର୍ବାଧିକ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ ହୋଇଛି।ରାଜଧାନୀ ଭୁବନେଶ୍ବରର ତାପମାତ୍ରା ହ୍ରାସ ପାଇଛି। ୧୭ ଦିନ ପରେ ୪୦ ଡ଼ିଗ୍ରି ତଳକୁ ଖସିଛି ରାଜଧାନୀ ତାତି। ୧୯୬୯ ମସିହା ଠାରୁ ଆଜି ମଧ୍ୟରେ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ଲଗାତାର ୧୬ ଦିନ ଧରି ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆଜି ଦୀର୍ଘ ୧୭ଦିନର ଅବଧି ପରେ ଏପ୍ରିଲ ୧୫ରୁ ମେ’ ୧ ତାରିଖ ପରେ ରାଜ୍ୟରେ ୪୦ ଡିଗ୍ରି ତଳକୁ ଖସିଛି ରାଜଧାନୀ ତାପମାତ୍ରା। ଆଜି ୧୮ତମ ଦିନରେ ୩୯ ଡିଗ୍ରି ରେକର୍ଡ କରାଯାଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ