Thursday, April 2, 2026
26 C
Odisha

    ନନ୍‌ଷ୍ଟିକ ବାସନ କରିବ ଚକଚକ୍‌, ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଭାରତରେ ଅଧିକାଂଶ ରୋଗ ତେଲିଆ ଖାଦ୍ୟ ଯୋଗୁଁ ହେଉଛି। ମୋଟାପଣ, ଉଚ୍ଚ କୋଲେଷ୍ଟ୍ରୋଲ, ଉଚ୍ଚ ରକ୍ତଚାପ, ଡାଇବେଟିଜ ଏବଂ ହାର୍ଟଆଟାକ ଭଳି ରୋଗ ସାମିଲ ରହିଛି। ଏମିତି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକେ ଆଜିକାଲି ନନ୍‌ ଷ୍ଟିକ ବାସନର ବ୍ୟବହାର କରୁଛନ୍ତି। ଏହି ବାସନରେ ଭୋଜନ ପ୍ରସ୍ତୁତ କରିବା ଦ୍ୱାରା କମ୍‌ ତେଲ ବ୍ୟବହାର ହୋଇଥାଏ ।

    ଏହି ନନଷ୍ଟିକ ତାଓ୍ଵାରେ ରୋଷେଇ କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଏଥିରେ ସବୁଠାରୁ ବଡ ସମସ୍ୟା ହେଉଛି ଏହାକୁ ସଫା କରିବାରେ। ଭୁଲ ଉପାୟରେ ସଫା କଲେ ଏହାର କୋଟିିଂ ହଟିଯାଇଥାଏ ଏବଂ ଏହା ଖରାପ ହୋଇଯାଇଥାଏ।

    ଏହି ବାସନରେ ତେଲ କମ୍‌ ବ୍ୟବହାର କରିବା ସତ୍ତ୍ୱେ ମଧ୍ୟ ବାସନରେ ଚିକ୍କଣ କମ୍‌ ରହିଥାଏ। ଏହାସତ୍ତ୍ୱେ ମଧ୍ୟ ଏହିସବୁ ବାସନକୁ ସଫା କରିବା ସମୟରେ ବିଶେଷ ଧ୍ୟାନ ରଖିବା ଉଚିତ। ନଚେତ ବାସନର କାଷ୍ଟିଂ ଖରାପ ହୋଇଯାଏ। ଆଉ ରୋଷେଇ ସମୟରେ ଏହା ଅଧିକ ତେଲ ଦରକାର କରିଥାଏ। ତେବେ ଏହିସବୁ ବାସନକୁ କେମିତି ସଫା କରିବେ, ତାହା ଜାଣନ୍ତୁ..

    ଡିସ ଓ୍ଵାଶିଂ ଲିକ୍ୱିଡ : ଯଦି ବାସନରେ ଅଳ୍ପ ଚିକ୍କଣ ରହିଛି, ତେବେ ଆପଣ ନର୍ମାଲ ଡିସ ଓ୍ଵାଶ ବ୍ୟବହାର କରି ସଫା କରିପାରିବେ। ଏଥିପାଇଁ ଏକ ସ୍ପଞ୍ଜ ନେଇ ସେଥିରେ ଲିକ୍ୱିଡ ଲଗାଇ ଫେଣ କରି ସଫା କରିପାରିବେ।

    ବ୍ଲିଚିଂ ପାଉଡର : ବ୍ଲିଚିଂ ପାଉଡରର ବ୍ୟବହାର ସାଧାରଣ ଘର କିମ୍ବା ବାହାର ସଫା ପାଇଁ କରାଯାଏ। କିନ୍ତୁ ଏହାକୁ କେବେ ନନଷ୍ଟିକ୍‌ ବାସନ ସଫା କରିବା ପାଇଁ ହୁଏତ ଆପଣ ବ୍ୟବହାର କରିନଥିବେ। ନନଷ୍ଟିକ ବାସନ ସଫା କରିବା ପାଇଁ ଆପଣ ଗରମ ପାଣିରେ ବ୍ଲିଚିଂ ପାଉଡର ମିଶାଇ ସଫା କରିପାରିବେ।
    ବେକିଂ ସୋଡା : ନନ ଷ୍ଟିକ ପ୍ୟାନ କିମ୍ବା କଢେଇକୁ ସଫା କରିବା ପାଇଁ ବେକିଂ ସୋଢାକୁ ବ୍ୟବହା କରିପାରିବେ। ସିରକା ଏବଂ ଲୁଣ ମିଶାଇ ଏହାର ବ୍ୟବହାର କରିପାରିବେ। ଏହି ପେଷ୍ଟକୁ ସ୍କ୍ରବ ଜରିଆରେ ରଗଡିବା ପରେ ପାଣିରେ ଧୋଇଦିଅନ୍ତୁ।

    ଆଲୁମିନିୟମ ଫଏଲ ପେପର : ନନ୍‌ ଷ୍ଟିକ ବାସନକୁ ସଫା କରିବା ପାଇଁ ଆପଣ ଆଲୁମିନିୟମ ଫଏଲର ବ୍ୟବହାର କରିପାରିବେ। ଏଥିପାଇଁ ଫଏଲ ପେପରୁ ବଲ୍‌ ଭଳି କରି ସେଥିରେ ପାଉଡର କିମ୍ବା ସାବୁନ, ଲିକ୍ୱିଡ ଲଗାଇ ବାସନରେ ରଗଡି ଦିଅନ୍ତୁ। ଏହା ସବୁ ଦାଗ ସଫ କରିଦେବ।

    ଭିନେଗାର : ନନଷ୍ଟିକ ପ୍ୟାନକୁ ଗ୍ୟାସ ଉପରେ ରଖି ସେଥିରେ ଅଧା କପ୍ ଭିନେଗାର ଏବଂ ଅଧା କପ୍ ପାଣି ମିଶ୍ରଣ କରନ୍ତୁ। ଏବେ ଏଥିରେ ଡିଟରଜେଣ୍ଟ ପାଉଡର ପକାଇ ପାଣିରେ ଭଲଭାବେ ଫୁଟାଇ ଦିଅନ୍ତୁ। ଏହାଦ୍ୱାରା ସମସ୍ତ ଚିକ୍କଣ ହଟିଯାଇଥାଏ। ଏବେ ଏହାକୁ ଗ୍ୟାସରୁ ବାହାର କରି ଧୋଇ ଦିଅନ୍ତୁ।

    Also Read : ତ୍ୱଚାକୁ ସୁନ୍ଦର ଏବଂ ଉଜ୍ୱଳ କରିବା ପାଇଁ ବ୍ୟବହାର କରନ୍ତୁ ପାନମଧୁରୀ, ଜାଣନ୍ତୁ କେମିତି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ