Friday, April 3, 2026
39.1 C
Odisha

    NPCIର ବଡ଼ ଘୋଷଣା, ବଢ଼ିଲା UPI ଟ୍ରାଞ୍ଜାକ୍ସନ ଲିମିଟ୍, ଏବେ ଗୋଟିଏ ଦିନରେ କରିପାରିବେ ୧୦ ଲକ୍ଷର ପେମେଣ୍ଟ

    ଆଗକୁ ପଢନ୍ତୁ

    ଡିଜିଟାଲ୍ ପେମେଣ୍ଟ କରୁଥିବା ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର। ଏବେ ଗୋଟିଏ ଦିନରେ UPI ମାଧ୍ୟମରେ କରିପାରିବେ ୧୦ ଲକ୍ଷ ଟଙ୍କାର ପେମେଣ୍ଟ । ଏଣିକି ଆଉ ଅନଲାଇନ ପେମେଣ୍ଟରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି ୟୁପିଆଇ ୟୁଜର୍ସ । କାରଣ ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି । ହଁ ଆଜ୍ଞା, NPCIର ବଡ଼ ଘୋଷଣା । ବଢ଼ିଲା UPI ଟ୍ରାଞ୍ଜାକ୍ସନର ଲିମିଟ୍ । ଯଦି ଆପଣ ମଧ୍ୟ Phonepe, Paytm କିମ୍ବା Gpay ଭଳି ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ।

    NPCIର ନୂଆ ନିୟମ ଅନୁଯାୟୀ, ବର୍ତ୍ତମାନ UPI ୟୁଜର୍ସମାନେ ପେମେଣ୍ଟ ପାଇଁ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ । ତେବେ ଏହି ନୂଆ ପରିବର୍ତ୍ତିତ ନିୟମ ସେପ୍ଟେମ୍ବର ୧୫ରୁ କାର୍ଯ୍ୟକାରୀ ହେବ । NPCI ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେବା ପରେ, କୁହାଯାଉଛି ଯେ ଏହି ପରିବର୍ତ୍ତନଗୁଡ଼ିକ ବଡ଼ ପେମେଣ୍ଟ ପାଇଁ UPIକୁ ଅଧିକ ଉପଯୋଗୀ କରିବ । ଏହା ଦେଶରେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପେମେଣ୍ଟକୁ ସହଜ କରିବ ।

    ଏହା ବିଶେଷ କରି ସେମାନଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ଇନ୍ସ୍ୟୁରାନ୍ସ ପ୍ରିମିୟମ, ଋଣ EMI, ଷ୍ଟକ୍ ମାର୍କେଟ୍ ଇନଭେଷ୍ଟମେଣ୍ଟ, ସରକାରୀ ଫିସ୍ କିମ୍ବା ବିଗ୍ ଟ୍ରିପ୍ ବୁକିଂ ଭଳି ବଡ଼ ଦୈନିକ ପେମେଣ୍ଟ କରୁଛନ୍ତି । ଯଦି ଆପଣ Phonepe, Paytm କିମ୍ବା Gpay ଭଳି ଆପ୍ ବ୍ୟବହାର କରନ୍ତି, ତେବେ ଆସନ୍ତୁ ଜାଣିବା ୟୁପିଆଇରେ କ’ଣ ସବୁ ପରିବର୍ତ୍ତନ ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଟ୍ୟାକ୍ସ ଭରିବାର ଶେଷ ଦିନ ରହିଛି । ତେଣୁ ଏହି କାରଣରୁ NPCI ୟୁପିଆଇ ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି  ।ଏଣିକି ଲୋକମାନେ ଗୋଟିଏ ଥରରେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ଯାହାର ଫାଇଦା ସମସ୍ତ UPI ୟୁଜର୍ସଙ୍କୁ ମିଳିବ । ତେବେ ଏହି ପରିବର୍ତ୍ତନ କେବଳ ପର୍ସନଟୁ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବାକୁ ଯାଉଛି । ଅର୍ଥାତ ଆପଣ ନିଜ ଆକାଉଣ୍ଟରୁ ବୀମା କମ୍ପାନି, ବ୍ରୋକରେଜ୍ ଫର୍ମ, ଟ୍ୟାକ୍ସ ପୋର୍ଟାଲକୁ ଟଙ୍କା ପଠାଇପାରିବେ । ପର୍ସନ-ଟୁ-ପର୍ସନ ଟ୍ରାଞ୍ଜାକ୍ସନ ପାଇଁ ଏହି ଲିମିଟ୍ ପୂର୍ବଭଳି ୧ ଲକ୍ଷ ଟଙ୍କା ହିଁ ରଖାଯାଇଛି ।

    ତେବେ ଆସନ୍ତୁ ଜାଣିବା କେଉଁମାନଙ୍କ ପାଇଁ ବଢିଲା ଟ୍ରାଞ୍ଜାକ୍ସନ୍ ଲିମିଟ୍?

    -ଏବେ UPI ମାଧ୍ୟମରେ ଏକାଥରକେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରାଯାଇପାରିବ ।

    -ଇନ୍ସ୍ୟୁରାନ୍ସ ଏବଂ କ୍ୟାପିଟାଲ ମାର୍କେଟ୍ କ୍ଷେତ୍ରରେ ପୂର୍ବରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲିମିଟ୍ ଥିଲା, ଯାହାକୁ ଏବେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତିଦିନ ପାଇଁ ୧୦ ଲକ୍ଷ ଟଙ୍କା କରାଯାଇଛି ।

    -ସେହିପରି ଋଣ EMI କ୍ଷେତ୍ରରେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ଲିମିଟ୍ ରଖାଯାଇଛି ।

    -କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କ୍ଷେତ୍ରରେ ପୂର୍ବରୁ ସୀମା ୨ ଲକ୍ଷ ଟଙ୍କା ଥିଲା, ଯାହାକୁ ଏବେ ପ୍ରତି ଟ୍ରାଞ୍ଜାକ୍ସନ ପାଇଁ ୫ ଲକ୍ଷ ଟଙ୍କା ଏବଂ ଡେଲି ଲିମିଟ୍ ୬ ଲକ୍ଷ ଟଙ୍କା ରହିବ ।

    -NPCIର ଏହି ଲିମିଟ୍ ସବୁ ବ୍ୟାଙ୍କ୍, ଆପ୍ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରଙ୍କ ପାଇଁ ଲାଗୁ ହେବ । ତେବେ ଯଦି ଫୋନ୍ ପେ ଏବଂ ଗୁଗୁଲ୍ ପେ’ରେ ଏହି ସବୁ ପେମେଣ୍ଟ କରୁଥିବେ, ତେବେ ଆପଣ ଏବେ ଅଧିକ ଟଙ୍କା ପେମେଣ୍ଟ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ