Thursday, March 26, 2026
24.8 C
Odisha

    NSC ରେ ଆସିଲା ନିଯୁକ୍ତି ସୁଯୋଗ

    ଆଗକୁ ପଢନ୍ତୁ

    NSC ଅର୍ଥାତ ନ୍ୟାସନାଲ ସିଡ୍ସ କର୍ପୋରେସନ ଲିମିଟେଡରେ ଖାଲିପଡିଛି ପଦବୀ। ତେଣୁ ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ। ନୋଟିଫିକେସନ ମୁତାବକ, ଏଠାରେ ଡେପୁଟି ଜେନରାଲ ମ୍ୟାନେଜର, ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜମେଣ୍ଟ ଟ୍ରେନି, ସିନିଅର ଟ୍ରେନି, ଇଂଜିନିୟରିଂ ଷ୍ଟୋର, ଏଗ୍ରିକଲ୍ଚର ଷ୍ଟୋର, ଏଗ୍ରିକଲ୍ଚର ଟ୍ରେନି, ମାନବ ସମ୍ବଳ ବିଭାଗରେ ୧୧୮ ପଦବୀ ଖାଲି ପଡିଛି।

    ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୮ ରହିଛି।
    ଶିକ୍ଷାଗତ ଯୋଗ୍ୟତା : ଫିଟର/ଇଲେକ୍ଟ୍ରିସିଆନ/ୱେଲଡର/ଡିଜଲ ମେକାନିକ/ମେଶିନ ମ୍ୟାନ୍ ସମ୍ବନ୍ଧୀୟ ଟ୍ରେଡରେ ୬୦ ପ୍ରତିଶକ ମାର୍କ ସହିତ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ। ଏହାସହିତ ସମ୍ବନ୍ଧୀୟ ଟ୍ରେଡରେ କୌଣସି ସଂସ୍ଥାରେ ଟ୍ରେନିଂ ନେଇଥିବା ଜରୁରୀ।

    ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିଛି। ଟ୍ରେନି, ସିନିଅର ଟ୍ରେନି ପାଇଁ ୨୭ ବର୍ଷ, ଏବଂ ଡେପୁଟି ଜେନେରାଲ ମ୍ୟାନେଜର ପାଇଁ ୫୦ ବର୍ଷ, ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୩୦ ବର୍ଷ ହୋଇଥିବା ଜରୁରୀ।

    ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା, କୌଶଳ ପରୀକ୍ଷା ଆଧାରରେ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ