Thursday, October 1, 2026
23.4 C
Odisha

    ମହିଷାପାଟରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ 5T ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର। ଢେଙ୍କାନାଳ ଗସ୍ତରେ ଯାଇ ମହିଷାପାଟରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ ହିଁ ସଫଳତା ହାସଲର ଏକ ମାତ୍ର ମାଧ୍ୟମ। ୫ବର୍ଷ ପରିଶ୍ରମ କଲେ ୫୦ବର୍ଷ ଜୀବନ ଭଲରେ କଟିବ। ଛାତ୍ରଛାତ୍ରୀଙ୍କୁ ସଫଳତା ହାସଲ ଲାଗି କଠିନ ପରିଶ୍ରମ ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବାରୋପ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏଥିଲାଗି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମର ଆଯୋଜନ କରୁଛନ୍ତି ବୋଲି କହିଛନ୍ତି। ସମସ୍ତ ଛାତ୍ରୀଛାତ୍ରୀ ଜୀବନରେ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସଫଳତା ଲାଗି କଠିନ ପରିଶ୍ରମ କରିବାକୁ ପଡିବ। କେବଳ କଠିନ ପରିଶ୍ରମରେ ପୂର୍ଣ୍ଣ ସଫଳତା ହାସଲ କରିହେବନି ଏଥିଲାଗି ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବାକୁ ପଡିବ। ପ୍ରତିଭାର ବିକାଶ ହେଲେ ସାମଗ୍ରିକ ବିକାଶ ହେବ। ସାମଗ୍ରିକ ବିକାଶ ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ ଉପରେ ଭାଗ ନେବାକୁ ପରାମର୍ଶ ଦେଇଛନ୍ତି । ଜିତିବା ଅପେକ୍ଷା ଭାଗ ନେବା ଗୁରୁତ୍ବପୂର୍ଣ୍ଣ। ଏହି ଅବସରରେ କିଛି ସଫଳ ବ୍ୟକ୍ତିତ୍ଵଙ୍କ ଉଦାହରଣ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ଡାକ୍ତର ଅନ୍ତର୍ଯାମୀ ମିଶ୍ର, ଜଷ୍ଟିସ ଗତିକୃଷ୍ଣ ମିଶ୍ର, ସ୍ବର୍ଗତ କଳ୍ପନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଆଇପିଏସ ଅନୁପ ସାହୁଙ୍କର ଉଦାହରଣ ଦେଇଥିଲେ। ସରକାରୀ ସ୍କୁଲରୁ ପାଠ ପଢି କିପରି ଜଣେ ଜଣେ ସଫଳ ବ୍ୟକ୍ତିତ୍ବ ହୋଇପାରିଛନ୍ତି ଏହା କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କଠିନ ପରିଶ୍ରମ କରିବାକୁ ସୁସ୍ଥ ରହିବା ଉପରେ ଗୁରୁତ୍ବ ଦେଉଛନ୍ତି ଏଥିଲାଗି ୩୦ ମିନିଟ ଶାରିରୀକ ବ୍ଯାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି। ସୋସିଆଲ ମିଡିଆର କୁପ୍ରଭାବ ଓ ସୁପ୍ରଭାବ ରହିଛି। ସୋସିଆଲ ମିଡିଆରେ କମ ସମୟ ଅତିବାହିତ କରିବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.4 ° C
    23.4 °
    23.4 °
    85 %
    1.4kmh
    72 %
    Wed
    23 °
    Thu
    30 °
    Fri
    30 °
    Sat
    30 °
    Sun
    31 °

    ସମ୍ବନ୍ଧିତ