Thursday, April 2, 2026
25.4 C
Odisha

    କାହିଁକି ‘ପଛୁଆବର୍ଗ ବିକାଶ ନିଗମ’ ୧୬ବର୍ଷ କାଳ ଅଚଳ ? : ସୁରଥ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା.୧୯/୦୧: ପଛୁଆବର୍ଗଙ୍କ ଆର୍ôଥକ ପ୍ରଗତି ପାଇଁ ଦେଶର ସମସ୍ତ ରାଜ୍ୟରେ ପଛୁଆବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମ ଗଠନ କରାଯାଇଛି । ଏହି ନିଗମ ମାଧ୍ୟମରେ ପଞ୍ଜୀକୃତ ବେକାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ ସହ ଋଣ ଓ ସବ୍‌ସିଡି ଯୋଗାଇ ଦେବାର ପ୍ରାବଧାନ କରିଛନ୍ତି କେନ୍ଦ୍ର ସରକାର । ହେଲେ ଦୀର୍ଘ ଦୁଇଦଶନ୍ଧି ଧରି ଏହି ସଂସ୍ଥା ଓଡ଼ିଶାରେ ଜଣେ ବି ଯୁବକକୁ ଋଣ ଯୋଗାଇ ଥିବାର କୌଣସି ନଜିର ନାହିଁ । ଫଳରେ ସ୍ୱରୋଜଗାର ଓ ଆତ୍ମନିଯୁକ୍ତି ପାଇଁ ଅପେକ୍ଷାରତ ଓବିସି ବର୍ଗର ଲକ୍ଷ ଲକ୍ଷ ଯୁବକ ଯୁବତୀ ଏହି ସୁଯୋଗରୁ ଏହି ସୁଯୋଗରୁ ବଂଚିତ ରହୁଛନ୍ତି । ଏପରିକି ଏହି ନିଗମ ପାଇଁ ଜଣେ ପୂର୍ଣ୍ଣକାଳୀନ ସରକାରୀ ଅଧିକାରୀ ମଧ୍ୟ ନାହାନ୍ତି । କାହିଁକି ଓଡ଼ିଶାର ପଛୁଆ ବର୍ଗ ଅର୍ଥ ଓ ସମବାୟ ଉନ୍ନୟନ ନିଗମ ୧୬ବର୍ଷ କାଳ ଅଚଳ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ ।

    ୫୪ପ୍ରତିଶତ ସଂଖ୍ୟା ବିଶିଷ୍ଟ ବୃହତବର୍ଗଙ୍କ ପାଇଁ ରାଜ୍ୟର ଏକ ସ୍ୱତନ୍ତ୍ର ବିଭାଗ ମଧ୍ୟ ନାହିଁ । ବାରମ୍ବାର ଓବିସିମୋର୍ଚ୍ଚା ପକ୍ଷରୁ ଏସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କର୍ଣ୍ଣପାତ କରିବାକୁ କେହି ନାହାନ୍ତି । କ୍ରମାଗତଭାବେ ରାଜ୍ୟରେ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଚାଲିଛନ୍ତି ବିଜେଡି ସରକାର । ଏହାର ପ୍ରତିବାଦରେ ଆଜି ଓବିସିମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଶହ ଶହ ଯୁବକ ଯୁବତୀ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ବିଜେଡି ସରକାରଙ୍କ ଓବିସି ବିରୋଧୀ ମାନସିକତାର କଡା ସମାଲୋଚନା କରିଥିଲେ । ପଛୁଆ ବର୍ଗ ଅର୍ଥ ଓ ଉନ୍ନୟନ ସମବାୟ ନିଗମକୁ ଯଦି ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକ୍ଷମ ନକରାନ୍ତି ତାହାଲେ ନିଗମ ଅଫିସରେ ତାଲା ପକାଇବାକୁ ଓବିସିମୋର୍ଚ୍ଚା ଚେତାବନୀ ଦେଇଛି ।
    ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ମୋର୍ଚ୍ଚାର ଉପସଭାପତି ସୁକାଶ ବିଶ୍ୱାଳ, ଦୁର୍ଗାପ୍ରସନ୍ନ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସମ୍ପାଦକ ରଶ୍ମିରଞ୍ଜନ ମୁଦୁଲୀ, ବିବେକାନନ୍ଦ ଜେନା, ସିଦ୍ଧାର୍ଥଶଙ୍କର ପତି, କୋଷାଧ୍ୟକ୍ଷ ସନ୍ତୋଷ ମହାପାତ୍ର, ମହିଳା ସଂଯୋଜିକା ମନ୍ଦାକିନୀ ପାତ୍ର, କବିତା ଲେଙ୍କା, ପ୍ରଶାନ୍ତ ନାୟକ, ଦୁଶ୍ମନ୍ତ ନାୟକ, ସତ୍ୟବ୍ରତ ନାୟକ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ