Saturday, July 27, 2024
24.6 C
Odisha

    ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜେଡି, ଓଡିଶାବାସୀ କ୍ଷମା ଦେବେ ନାହିଁ : ନାଉରୀ ନାଏକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା.୧୯/୦୧: ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି ବିଜୁ ଜନତା ଦଳ । ମହାପ୍ରଭୁ ଜଗନ୍ନାଥ ନାଁରେ ଚାଉଳ, ଗୁଆ, ନଡିଆ, ଘିଅ, ସୁନା, ରୁପା ମାଗି ଲୋକଙ୍କ ଶ୍ରଦ୍ଧା, ଭାବନା ସହ ଖେଳ ଖେଳି କୁଠାରଘାତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜଗନ୍ନାଥଙ୍କ ନାମ ନେଇ ଯେଉଁ ରାଜନୀତି କରୁଥିଲେ ତାହା ପଦାରେ ପଡିଛି । ଓଡ଼ିଶାବାସୀ ଏ ସରକାରକୁ କେବେ କ୍ଷମା ଦେବେ ନାହିଁ ବୋଲି ବିଧାୟକ ନାଉରୀ ନାଏକ କହିଛନ୍ତି ।

    ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଜଗତରନାଥ ଶ୍ରୀଜଗନ୍ନାଥଙ୍କ କୌଣସି କାର୍ଯ୍ୟରେ ଲାଗିବା ପାଇଁ ଶ୍ରଦ୍ଧାଳୁ ଶ୍ରଦ୍ଧାରେ ‘ଚାଉଳ ଓ ଗୁଆ, ଶ୍ରୀଫଳ, ଅର୍ଘ୍ୟ’ ଦେଇଥିଲେ କିନ୍ତୁ ରାଜ୍ୟ ସରକାର ଭକ୍ତଙ୍କ ଭାବନାକୁ ନବୁଝି ଚାଉଳ ଯେମିତି ବ୍ୟବହାର କରିବାକୁ କହିଛନ୍ତି ତାହା ଜାଣିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଚାଉଳ ମାଗିବା ହେଉ ବା ଅର୍ପଣ ରଥ ଗଡିବା ତାହା ପରିଚାଳନା କମିଟିର ନିଷ୍ପତି ନଥିଲା । ରାଜ୍ୟ ସରକାର ସ୍ୱାର୍ଥ ହାସଲ ପାଇଁ ମନଇଛା ନିଷ୍ପତି ନେଇଥିଲେ । ଏଥରୁ ସ୍ପଷ୍ଟ ପରିଚାଳନା କମିଟିର ମତ ନନେଇ ଅଦିନରେ ଅର୍ପଣ ରଥ ଗଡାଯାଇଛି । ପ୍ରଭୁଙ୍କ ଶ୍ରଦ୍ଧା କରି ଲୋକେ ଚାଉଳ ଦେଇଥିଲେ, ସେହି ଚାଉଳ ୧୭ତାରିଖ ପୁରୀ ଯିବ, ସେଠି ବଡଠାକୁରଙ୍କ କାମରେ ଲାଗିବ । କିନ୍ତୁ ତାହା ନହେବାରୁ ସେହି ଚାଉଳ କେଉଁ କାର୍ଯ୍ୟରେ ଲାଗିଲା ବୋଲି ଓଡ଼ିଶାବାସୀ ଯେତେବେଳେ ପ୍ରଶ୍ନ କଲେ ସେତେବେଳେ ରାଜ୍ୟ ସରକାର କହୁଛନ୍ତି “ଖେଚୁଡି, ପିଠା” କରି ବାଂଟିବେ ବୋଲି କୁହାଯାଉଛି । ବିଜୁ ଜନତା ଦଳ ସରକାର ରାଜନୀତି କରିବ ବୋଲି ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଭାବନା ସହ ଖେଳିଛି । ଏନେଇ ଓଡ଼ିଶାବାସୀ ରାଜ୍ୟ ସରକାରଙ୍କୁ କ୍ଷମା ଦେବ ନାହିଁ । ଗଜପତିଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲି ଦେଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।
    ସୁଆର ମହାସୁଆର ନିଯୋଗ ଏବେ ରାଜ୍ୟ ସରକାର ଓ ବିଜୁ ଜନତା ଦଳର ସୁରକ୍ଷା କବଳ ସାଜି ସରକାରଙ୍କ ଏଜେଂଟ ହେବାକୁ ପଛାଇ ନାହିଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଛାଡି ନିଯୋଗ ସମିତି ଏବେ ବିଜେଡି ସେବା ପାଇଁ ମନ ବଳାଇଛି । ଯାହାକି ଶ୍ରୀମନ୍ଦିରର ପରମ୍ପରାକୁ ଆହୁରି ଦୁର୍ଭାଗ୍ୟଜନକ ସ୍ଥିତିକୁ ନେବ ବୋଲି ଶ୍ରୀ ନାଏକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ