Wednesday, September 9, 2026
24.7 C
Odisha

    ବିଜେଡିରେ ଯୋଗଦେଇ ଟିକେଟ୍‌ ହାତେଇଲେ ଅଭିନେତ୍ରୀ ବର୍ଷା, କଟକ ଚଣ୍ଡୀଙ୍କ ଶରଣ ନେଇ କଲେ ପୂଜାର୍ଚ୍ଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବାର ଦିନକ ପରେ ଓଲିଉଡ ଅଭିନେତ୍ରୀ ବିଧାନସଭା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ୍‌ ହାତେଇଛନ୍ତି। ବର୍ଷାଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭରସା ରଖିଛନ୍ତି। ଯାଜପୁର ଜିଲ୍ଲା ବଡ଼ଚଣା ଆସନ ପାଇଁ ବର୍ଷାଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଅଭିନେତ୍ରୀ ବର୍ଷା ବିଜେଡିରୁ ଟିକେଟ୍ ପାଇବା ପରେ ପ୍ରଥମେ ମା’ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇଛନ୍ତି। ଅପରାହ୍‌ଣରେ ମା’ କଟକ ଚଣ୍ଡୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଅଭିନେତ୍ରୀ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକ ମୋ ଉପରେ ବିଶ୍ୱାସ ରଖିଛନ୍ତି। ଏହାର ସମ୍ମାନ ନିଶ୍ଚୟ ରଖିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛନ୍ତି। ମିସନ୍ ଶକ୍ତି ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଏଥିସହ ବଡଚଣାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଆଶା କରୁଛି ବଡ଼ଚଣାବାସୀ ମୋତେ ଆଶୀର୍ବାଦ କରିବେ।

    ଓଡ଼ିଆ ଚଳଚ୍ଚିତ୍ର ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଗତ ୧୮ ତାରିଖ ଦିନ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଯୋଗ ଦେଇଥିଲେ। ସେ ୨୦୧୯ ନିର୍ବାଚନ ଓ କଟକ ମହାନଗର ନିଗମ (ସିଏମ୍‌ସି) ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ବିଜେଡି ପାଇଁ ପ୍ରଚାର କରିଥିଲେ। କିଛି ବର୍ଷ ହେବ ପାରିବାରିକ ବିବାଦ ଯୋଗୁଁ ସେ ଚର୍ଚ୍ଚାରେ ଥିଲେ। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡ଼ପତ୍ର ବିବାଦ ଓଡ଼ିଶା ହାଇକୋର୍ଟରେ ପହଞ୍ଚି ଥିଲା। ଉଭୟଙ୍କର ଛାଡ଼ପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    89 %
    1.3kmh
    100 %
    Tue
    25 °
    Wed
    31 °
    Thu
    28 °
    Fri
    27 °
    Sat
    29 °

    ସମ୍ବନ୍ଧିତ