Saturday, April 11, 2026
27.5 C
Odisha

    ୨୫ଟି ହଲରେ ମୁକ୍ତିଲାଭ ଓଡିଆ ମୁଭି ‘କେମିତି ଏ ସମ୍ପର୍କ’

    ଆଗକୁ ପଢନ୍ତୁ

    ବଡପରଦାକୁ ଆସିଛି ସିନେମା କେମିତି ଏ ସଂପର୍କ । ସଂପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ସାରା ଓଡିଶାର ୨୫ଟି ହଲରେ ସିନେମାଟି ମୁକ୍ତିଲାଭ କରିଛି । ଫିଲ୍ମରେ ତ୍ରିକୋଣୀୟ ପ୍ରେମ, ରହସ୍ୟ, ରୋମାଞ୍ଚ ଓ ସଂଘର୍ଷମୟ କାହାଣୀଟିଏ ଦେଖିବାକୁ ପାଉଛନ୍ତି ଦର୍ଶକ । ଅଭିନେତା ଆକାଶ ଦାସନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ଲିପ୍ସା ମିଶ୍ର ମୁଖ୍ୟ ଭୂମିକାରେ ରହିଛନ୍ତି । ଜେଜେଏନଜେ ବ୍ୟାନନରେ ନିର୍ମିତ ହୋଇଥିବା ନୂଆ ଓଡିଆ ଚଳଚିତ୍ର ‘କେମିତି ଏ ସଂପର୍କ’ର ପ୍ରିମିୟର ସୋ ଭୁବନଶ୍ୱର ସ୍ଥିତ ସ୍ୱାତୀ ସିନେପ୍ଲେକ୍ସରେ ପ୍ରଦର୍ଶିତ ହୋଇଛି । ଫିଲ୍ମରେ ଅଭିନୟ କରିଥିବା ନାୟକ ଆକାଶ ଦାସନାୟକ, ନାୟିକା ଏଲିନା, ଲିପ୍ସାଙ୍କ ସମେତ ଅନ୍ୟ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଜୀବନ ପଣ୍ଡା, ଅସିତ୍ ପତି, ଉଷଶ୍ରୀ ମିଶ୍ର, ମମତା ଦାସ, ନମିତା, ଶିବ ପୂଜାପଣ୍ଡା, ହାସ୍ୟ କଳାକାର ଜ୍ଞାନ ବାରିକ, ଗୁଡ୍ଡୁ, ସନ୍ତୁ ଏବଂ ଅନ୍ୟ କଳାକାର ମାନେ ପ୍ରିମିୟର ଶୋ ଦେଖିଛନ୍ତି । ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ୱରେ ରୁପେଶ କୁମାର ନାୟକଙ୍କ ଏହା ହେଉଛି ପ୍ରଥମ ଓଡିଆ ଚଳଚିତ୍ର । ଓଲିଉଡର ବରିଷ୍ଠ ତଥା ଦକ୍ଷ ନିର୍ଦ୍ଦେଶକ ହିମାଂଶୁ ପରିଜା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଅଭିଜିଦ୍ ମଜୁମ୍ଦାର ସଂଗୀତ ନିର୍ଦ୍ଦେଶନା କରିଥିବା ବେଳେ ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ । ସଂଳାପ ଲେଖିଛନ୍ତି ଚିନ୍ମୟ ଦାସ । ତେବେ ପାରିବାରିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ସମସ୍ତ ସଦସ୍ୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ