Saturday, July 27, 2024
24.6 C
Odisha

    ମୁଣ୍ଡର ଗୋଟିଏ ପାଖ ଧକ୍ ଧକ୍ ହୋଇ ଯନ୍ତ୍ରଣା ହେଉଥିଲେ କଣ କରିବେ?

    ଆଗକୁ ପଢନ୍ତୁ

    ବେଳେ ବେଳେ ଅନୁଭବ କରିଥିବେ ଯେ, ଆପଣଙ୍କ ମୁଣ୍ଡର କେବଳ ଗୋଟିଏ ପାଖରେ ଧକ୍ ଧକ୍ ହୋଇ ବଥା ହୋଇଥାଏ । ଯାହା ଫଳରେ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ଏହି ମୁଣ୍ଡବ୍ୟଥା ହେଉଥିବା ବେଳେ ଆପଣ ଭାରି ବିରକ୍ତ ଅନୁଭବ ବି କରିଥା’ନ୍ତି । ତେବେ ଏପରି ହେବା ପଛରେ କାରଣ ଆପଣ ଜାଣିଛନ୍ତି କି?
    ଅଧକପାଳି ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ । ଯାହା ଏକ ଲମ୍ବା ସମୟ ଧରି ଚାଲିଥାଏ । ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ଵା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ । ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ।

    ଉପଶମ ପାଇବା ପାଇଁ କ’ଣ କରିବେ:-
    ୧୦-୧୫ ମିନିଟ୍ ନଡ଼ିଆ ତେଲରେ ମୁଣ୍ଡ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଅଧକପାଳିରୁ ଉପଶମ ମିଳିଥାଏ।
    ପୁଦିନା ଚା’ ଅଧକପାଳି ପାଇଁ ବହୁତ ଗୁଣକାରୀ । ଆପଣ ଚାହିଁଲେ ପୁଦିନାର ଚା’ ପିଇ ମୁଣ୍ଡବ୍ୟଥା ଦୂର କରିପାରିବେ।
    ସେହିପରି ଅଧକପାଳି ପାଇଁ ମସାଲା ଚା’ ବି ବହୁତ ଜରୁରୀ । ତେବେ ଏହି ମସାଲା ଚା’ ତିଆରି କରିବା ସମୟରେ ଏଥିିରେ ଅଦା, ଲବଙ୍ଗ ଓ ଅଳେଇଚ ମିଶାଇବା ପାଇଁ ଭୁଲନ୍ତୁ ନାହିଁ । ମସାଲା ଚା’ ପିଇବା ଦ୍ୱାରା ମସ୍ତିସ୍କ ଉତ୍ତେଜିତ ହୋଇଯାଏ।
    ରଶୁଣ ହେଉଛି ଏକ ପ୍ରାକୃତିକ ପେନକିଲର, ଯାହା ଅଧକପାଳି ସମୟରେ ଭଲ ସାହାଯ୍ୟ କରେ । ରଶୁଣ ପେଶି ତା’ର ରସ ବାହାର କରନ୍ତୁ । ଏକ ଚାମଚ ରଶୁଣ ରସ ବାହାର କରି ସାରିବା ପରେ ଏହାକୁ ସେବନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ