Tuesday, September 29, 2026
23.8 C
Odisha

    କଟକରେ ଓଡ଼ିଶା ମାଷ୍ଟର୍ସ: ଭାଗ ନେବେ ୨୯ ଦେଶରୁ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ମଙ୍ଗଳବାରଠୁ ବିଡ୍‌ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୯ ଦେଶରୁ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଉଛନ୍ତି। ସେଥିମଧ୍ୟରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଓଡ଼ିଶା ମାଷ୍ଟର୍ସରେ ଅଂଶଗ୍ରହଣ କରୁଛନ୍ତି। ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଉଭୟ ପୁରୁଷ ଓ ମହିଳା ବର୍ଗର ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ।

    ଓଡ଼ିଶାରୁ ହର୍ଷିତା ରାଉତ ଏକମାତ୍ର ଖେଳାଳି ଭାବେ ଏକକ ବିଭାଗରେ ଖେଳିବେ। ପୁରୁଷ ଯୁଗଳରେ ଆୟୁଷ ପଟ୍ଟନାୟକ-ଅବିନାଶ ମହାନ୍ତି, ଅଭିଜିତ ମହାରଣା-ଅମ୍ରିତ ମହାନ୍ତି, ମହିଳା ଯୁଗଳରେ ଋତାପର୍ଣ୍ଣା ପଣ୍ଡା-ଶ୍ବେତାପର୍ଣ୍ଣା ପଣ୍ଡା, ବିଶାଖା ଟେପ୍ପୋ-ପ୍ରଗତି ପରିଡ଼ା, ମିଶ୍ରିତ ଯୁଗଳରେ ଆୟୁଷ ଦାସ-ପୂର୍ବା ପ୍ରତ୍ୟାଶା ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ପ୍ରତିଯୋଗିତାରେ ପାଖାପାଖି ୮୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି।

    ଭାରତର ଶୀର୍ଷ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲା ବେଳେ ଆନ୍ତର୍ଜାତିକସ୍ତରରୁ ଖେଳାଳିମାନେ ଆସୁଥିବାରୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ସଚିବ ଭାସ୍କରଜ୍ୟୋତି ଶର୍ମା, ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍‌ ସଂଘ ସମ୍ପାଦକ ନୀଲିନ କୁମାର, ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ ଓ ବିଡବ୍‌ଲ୍ୟୁଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ