Monday, March 30, 2026
33.2 C
Odisha

    କେନ୍ଦ୍ରସରକାରଙ୍କ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି : ବିଜେଡି ସାଂସଦ ମୁନା ଖାନ୍‌

    ଆଗକୁ ପଢନ୍ତୁ

    ଆଜି କେନ୍ଦ୍ର ସରକାରଙ୍କ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍‌ । ସେ କହିଛନ୍ତି ଯେ ବଜେଟରେ ଓଡିଶାକୁ ସେମିତି କିଛି ଦିଆଯାଇନାହିଁ । ଆନ୍ଦ୍ରପ୍ରଦେଶ ଓ ବିହାରକୁ ଯେଭଳି ଭାବେ ସ୍ପେସାଲ ପ୍ୟାକେଜ ଦିଆ ଯାଇଛି, ଓଡିଶାକୁ କେବଳ ଟ ୁରିଜିମ ଉପରେ ଅଳ୍ପ କିଛି ଦେଇ ଲଲିପପ୍‌ ଧରାଇ ଠକି ଦିଆଯାଇଛି । ଓଡ଼ିଶାରେ ଡବଲ ଇଂଜିନି ସରକାର ହେଲେ ଯାହାସବୁ କରିବେ ବୋଲି କହୁଥିଲେ କିଛି କରିନାହିଁ କେନ୍ଦ୍ର ସରକାର । ସେଥିପାଇଁ ଆମେ ବିଜେଡି ପକ୍ଷରୁ ପ୍ରତିବାଦ କରିଛୁ ଓ ବଜେଟ ଉପସ୍ଥାପନ ବେଳେ ଆମେ କକ୍ଷ ତ୍ୟାଗ କରିଛୁ । ଆଗାମୀ ଦିନରେ ଆମେ ପାର୍ଲ୍ୟାମେଣ୍ଟ ଭିତରେ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବୁ । ବିଜେପି ଡବଲ ଇଂଜିନ ସରକାର ହେଲେ ଯାହା କରିବା କଥା କହିଥିଲା ତାହା କରିନାହିଁ । ଓଡ଼ିଶାକୁ ଠକି ଦେଇଛି, ତେଣୁ ଆଗାମୀ ଦିନରେ ଆମେ ବିଜେଡି ଦଳ ପକ୍ଷରୁ ଓଡିଶାର ହକ ପାଇଁ ଲଢ଼େଇ ଜାରି ରଖିବୁ ବୋଲି କହିଛନ୍ତି ସାଂସଦ ମୁନା ଖାନ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ