Sunday, October 12, 2025
22 C
Odisha

    କେନ୍ଦ୍ରସରକାରଙ୍କ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି : ବିଜେଡି ସାଂସଦ ମୁନା ଖାନ୍‌

    ଆଗକୁ ପଢନ୍ତୁ

    ଆଜି କେନ୍ଦ୍ର ସରକାରଙ୍କ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାନ୍‌ । ସେ କହିଛନ୍ତି ଯେ ବଜେଟରେ ଓଡିଶାକୁ ସେମିତି କିଛି ଦିଆଯାଇନାହିଁ । ଆନ୍ଦ୍ରପ୍ରଦେଶ ଓ ବିହାରକୁ ଯେଭଳି ଭାବେ ସ୍ପେସାଲ ପ୍ୟାକେଜ ଦିଆ ଯାଇଛି, ଓଡିଶାକୁ କେବଳ ଟ ୁରିଜିମ ଉପରେ ଅଳ୍ପ କିଛି ଦେଇ ଲଲିପପ୍‌ ଧରାଇ ଠକି ଦିଆଯାଇଛି । ଓଡ଼ିଶାରେ ଡବଲ ଇଂଜିନି ସରକାର ହେଲେ ଯାହାସବୁ କରିବେ ବୋଲି କହୁଥିଲେ କିଛି କରିନାହିଁ କେନ୍ଦ୍ର ସରକାର । ସେଥିପାଇଁ ଆମେ ବିଜେଡି ପକ୍ଷରୁ ପ୍ରତିବାଦ କରିଛୁ ଓ ବଜେଟ ଉପସ୍ଥାପନ ବେଳେ ଆମେ କକ୍ଷ ତ୍ୟାଗ କରିଛୁ । ଆଗାମୀ ଦିନରେ ଆମେ ପାର୍ଲ୍ୟାମେଣ୍ଟ ଭିତରେ ଓଡ଼ିଶାର ହକ୍‌ ପାଇଁ ଲଢ଼େଇ କରିବୁ । ବିଜେପି ଡବଲ ଇଂଜିନ ସରକାର ହେଲେ ଯାହା କରିବା କଥା କହିଥିଲା ତାହା କରିନାହିଁ । ଓଡ଼ିଶାକୁ ଠକି ଦେଇଛି, ତେଣୁ ଆଗାମୀ ଦିନରେ ଆମେ ବିଜେଡି ଦଳ ପକ୍ଷରୁ ଓଡିଶାର ହକ ପାଇଁ ଲଢ଼େଇ ଜାରି ରଖିବୁ ବୋଲି କହିଛନ୍ତି ସାଂସଦ ମୁନା ଖାନ୍‌ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    87 %
    0.9kmh
    6 %
    Sat
    22 °
    Sun
    29 °
    Mon
    29 °
    Tue
    29 °
    Wed
    29 °

    ସମ୍ବନ୍ଧିତ