Friday, September 20, 2024
23.6 C
Odisha

    ବଡ଼ଖବର ; ୯ ନୁହଁ ଓଡ଼ିଶାରେ ୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନର ରେଜଲ୍ଟ ଆସି ସାରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ସ୍ପଷ୍ଟ କରିନାହିଁ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବିଜେପି । ଏହାରି ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି କି, ୧୦ ନୁହେଁ ବରଂ ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥଗ୍ରହଣ କରିବେ । ଏନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟ କାର୍ଯ୍ୟାଳୟରେ ଶପଥ ଉତ୍ସବ ପ୍ରସ୍ତୁତି ବୈଠକ ଚାଲିଛି । ବୈଠକ ପରେ ତାରିଖ ଘୋଷଣା ହୋଇପାରେ ।
    ତେବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ । ଓଡିଶା ବିଜେପି ମୁଖ୍ୟ ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି । ବିଜେପି ସଂସଦୀୟ ଦଳ ଏହାର ବୈଠକରେ ମୁଖ୍ୟମନ୍ତ୍ରୀ ଚୟନ କରିବ ବୋଲି ସାମଲ କହିଛନ୍ତି ଯେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଶ୍ରୀ ସାମଲ କହିଛନ୍ତି ଯେ, ଓଡିଶା ବିଜେପି ସଭାପତି ଭାବରେ ସେ ଶପଥ ଗ୍ରହଣ ସମାରୋହରେ ସମସ୍ତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.6 ° C
    23.6 °
    23.6 °
    93 %
    1kmh
    100 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ