Tuesday, June 30, 2026
26.1 C
Odisha

    ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ, କହିଲେ, ଉତ୍ତରଦାୟୀ କିଏ ହେବ ?

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁଲ୍ ବହି ଛପା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ନବୀନ । କହିଲେ , ବହି ପ୍ରତି ଶିଶୁର ଅଗାଧ ବିଶ୍ୱାସ । ବିଦ୍ୟାଳୟର ପୁସ୍ତକ କେବଳ ଏକ ବହି ନୁହେଁ, ପ୍ରତ୍ୟେକ ଶିଶୁ ପାଇଁ ଏହା ସତ୍ୟ ଓ ତଥ୍ୟ ସହ ପରିଚିତ ହେବାର ପ୍ରଥମ ମାଧ୍ୟମ। ଶିଶୁଟିଏ ଅନେକ କଥାକୁ ପ୍ରଶ୍ନ କରିପାରେ, କିନ୍ତୁ ସ୍କୁଲ ପାଠ୍ୟପୁସ୍ତକରେ ଛପା ହୋଇଥିବା ଶବ୍ଦକୁ କେବେ ସନ୍ଦେହ କରେ ନାହିଁ।

    ପାଠ୍ୟପୁସ୍ତକ ପ୍ରତି ପିଲାମାନଙ୍କର ଅଗାଧ ବିଶ୍ୱାସ ଓ ଆସ୍ଥା ରହିଥାଏ। ସେହିପରି କହିଛନ୍ତି ଏହା ଭବିଷ୍ୟତର ମୂଳଦୁଆ ଉପରେ ଆଘାତ । ସ୍କୁଲ ପାଠ୍ୟପୁସ୍ତକରୁ ଗୋଟିଏ ପୀଢ଼ି କେବଳ ତଥ୍ୟ ଶିଖେ ନାହିଁ, ବରଂ ବ୍ୟବସ୍ଥା ଓ ସମାଜ ପ୍ରତି ବିଶ୍ୱାସ ଏବଂ ଆସ୍ଥା ଗଢ଼ି ତୋଳେ। ହେଲେ ଏବେ ସେହି ବିଶ୍ୱାସ କ୍ଷୁର୍ଣ୍ଣ ହୋଇଛି । କ୍ଷତି କେବଳ ମୁଦ୍ରଣ ତ୍ରୁଟିରେ ସୀମିତ ନାହିଁ, ଏହା ଆମ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଉପରେ ଆଘାତ ଦେଇଛି।

    ଏହା ବିଜେପି ସରକାରଙ୍କ ଚରମ ଅବହେଳା । ସ୍କୁଲ ପାଠ୍ୟପୁସ୍ତକ ପ୍ରତି ଓଡ଼ିଶାର ବିଜେପି ସରକାର କରିଥିବା ଚରମ ଅବହେଳା ଏହି ପବିତ୍ର ବିଶ୍ୱାସକୁ ଭାଙ୍ଗି ଦେଇଛି। ଏହାର ଶିକାର ହୋଇଛନ୍ତି ଆମର ଲକ୍ଷ ଲକ୍ଷ ନିରୀହ ଛାତ୍ରଛାତ୍ରୀ, ଯେଉଁମାନେ ଓଡ଼ିଶାର ଭବିଷ୍ୟତ ଓ ଆଗାମୀକାଲିର ବାର୍ତ୍ତାବହ। ବାରମ୍ବାର ନିଷ୍ପତ୍ତି ବଦଳାଇବା ନେଇ ପ୍ରଶ୍ନ କରିଛନ୍ତି ନବୀନ । କହିଛନ୍ତି ସରକାର ଭୁଲରେ ଭରା ପାଠ୍ୟପୁସ୍ତକ ଛାପିବା ଏବଂ ପରେ ସେଗୁଡ଼ିକୁ ପ୍ରତ୍ୟାହାର କରିବା ପ୍ରସଙ୍ଗରେ ବାରମ୍ବାର ନିଷ୍ପତ୍ତି ବଦଳାଉଛନ୍ତି।

    ଏଭଳି ଦୋମୁହାଁ ନୀତି ଯୋଗୁଁ ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆ ଦୁର୍ବଳ ହେବାରେ ଲାଗିଛି । ଏହି ଭାଙ୍ଗିଯାଇଥିବା ବିଶ୍ୱାସର ଉତ୍ତରଦାୟୀ କିଏ ବୋଲ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ସରକାର ହୁଏତ ପରବର୍ତ୍ତୀ ସଂସ୍କରଣରେ ପାଠ୍ୟପୁସ୍ତକର ତ୍ରୁଟି ସୁଧାରିପାରନ୍ତି । କିନ୍ତୁ ଆମ ଓଡ଼ିଆ ପିଲାମାନଙ୍କର ଏକ ସମ୍ପୂର୍ଣ୍ଣ ପୀଢ଼ିର ବିଶ୍ୱାସକୁ ଭାଙ୍ଗିଦେବାକୁ ହୋଇଥିବା ଉଦ୍ୟମ ପାଇଁ ଉତ୍ତରଦାୟୀ କିଏ ହେବ ? କୋମଳମତି ପିଲାମାନଙ୍କ ଆସ୍ଥା ଉପରେ ଯେଉଁ ଆଘାତ ହୋଇଛି, ତା’କୁ କୌଣସି ସଂଶୋଧନ କେବେ ଭରିପାରିବ କି?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    91 %
    0.4kmh
    100 %
    Tue
    26 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ