Thursday, October 1, 2026
28.5 C
Odisha

    ମମତାଙ୍କ ମନରେ ଓଡ଼ିଶା ପ୍ରତି ବିଷ!

    ଆଗକୁ ପଢନ୍ତୁ

    ଜଳେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଓଡ଼ିଶା ବିରୋଧୀ ମନୋଭାବ ଏବେ ଚର୍ଚ୍ଚାରେ ରହିଛି। ପଡ଼ୋଶୀ ରାଜ୍ୟ ଭାବେ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ବିଭିନ୍ନ ପ୍ରସଙ୍ଗରେ ଅସହଯୋଗ କରିଆସୁଛନ୍ତି। ତାଙ୍କ ମନରେ ଓଡ଼ିଶା ପ୍ରତି କେତେ ବିଷ ଭରି ରହିଛି, ଗତକାଲି କୋଲକାତାରେ ଅନୁଷ୍ଠିତ ପ୍ରଶାସନିକ ବୈଠକରେ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି। ଗତକାଲି କୋଲକାତାସ୍ଥିତ ନବାହ୍ନ ସଭାଘର ପରିସରରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ ବସିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ନିଜେ ଅଧ୍ୟକ୍ଷତା କରୁଥିଲେ। ମନ୍ତ୍ରିମଣ୍ଡଳର ସମସ୍ତ ସଭ୍ୟ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ରାଜ୍ୟର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଉଥିବା ବେଳେ ଓଡ଼ିଶା ପ୍ରସଙ୍ଗ ଉଠିଥିଲା। ସୂଚନା ଅନୁସାରେ, ବୈଠକରେ ମମତା ଓଡ଼ିଶା ପ୍ରତି ନିଜର କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ। ଏମିତିକି କହିଥିଲେ, ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର; ବିଶେଷକରି ପୁରୀକୁ ସବୁଠାରୁ ଅଧିକ ପଶ୍ଚିମବଙ୍ଗ ପର୍ଯ୍ୟଟକ ଯାଇଥା’ନ୍ତି। ସେମାନଙ୍କଠାରୁ ମିଳୁଥିବା ରାଜସ୍ବ ପାଇଁ ଓଡ଼ିଶା ଓ ପୁରୀର ବିକାଶ ହୋଇଛି।

    ଏଥିସହିତ, ସେ ଆଳୁ ଯୋଗାଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ସେ କହିଥିଲେ ଯେ, ଏହି ପ୍ରସଙ୍ଗରେ ତାଙ୍କ ସରକାରର ଆଭିମୁଖ୍ୟ ସ୍ପଷ୍ଟ। ପ୍ରତିଦିନ ତାଙ୍କ ରାଜ୍ୟରୁ ୧ ଲକ୍ଷରୁ ୨ ଲକ୍ଷ ମେଟ୍ରିକ୍ ଟନ୍‌ ଆଳୁ ଓଡ଼ିଶାକୁ ଯାଉଛି। ନିଜ ରାଜ୍ୟ ପାଇଁ ଆବଶ୍ୟକ ଆଳୁ ମହଜୁଦ ରଖିବାପରେ ହିଁ ଅନ୍ୟ ରାଜ୍ୟ କଥା ଚିନ୍ତା କରାଯାଉଛି। ଆହୁରି ମଧ୍ୟ କହିଥିଲେ ଯେ ପଶ୍ଚିମବଙ୍ଗରେ ଅନ୍ୟ ରାଜ୍ୟର ଦେଢ଼କୋଟି ପ୍ରବାସୀ ଅଛନ୍ତି। ସେମାନଙ୍କୁ ସସମ୍ମାନେ ରଖାଯାଇଛି। କାରଣ ସେମାନଙ୍କ ମୂଳମନ୍ତ୍ର ହେଉଛି; ମାନବିକତା। ହେଲେ ତାଙ୍କ ରାଜ୍ୟର ୨୦ ହଜାର ପ୍ରବାସୀଙ୍କୁ ବିଜେପି ଶାସିତ ରାଜ୍ୟରେ ବାଂଲାଦେଶୀ କୁହାଯିବା, ମାରପିଟ୍ କରିବା; ଏମିତି କି ୩ ଜଣଙ୍କୁ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ।

    ଓଡ଼ିଶାରେ ବାର୍ଡ ଫ୍ଲୁ ପ୍ରସଙ୍ଗ ଉଠାଇ ମମତା କହିଥିଲେ ଯେ ସେ ମେଦିନାପୁର, ଝାଡ଼ଗ୍ରାମ, ପୁରୁଲିଆ, ବାଙ୍କୁଡ଼ା ଆଦି ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମିତି କି ତଦାରଖ ପାଇଁ ଜଣେ ବାର୍ଡଫ୍ଲୁ ନୋଡାଲ୍‌ ଅଫିସର ମଧ୍ୟ ନିୟୋଜିତ ଅଛନ୍ତି।
    ମମତାଙ୍କ ଓଡ଼ିଶା ପ୍ରତି ଏପରି ଆଭିମୁଖ୍ୟକୁ ନେଇ ବିଭିନ୍ନ ମହଲରେ ନାପସନ୍ଦ କରଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ