Tuesday, November 10, 2026
18.4 C
Odisha

    ଏଥର କିଏ ଯିବେ ରାଜ୍ୟସଭା: ମନମୋହନ ଦିଲ୍ଲୀ ଗଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୂର୍ବତନ ବିଜେଡ଼ି ନେତା ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ବି‌ଜେପିରେ ସାମିଲ୍‌ ହୋଇଛନ୍ତି। ସୁଜିତ ପୁଣିଥରେ ରାଜ୍ୟସଭା ଯିବେ ନା ତାଙ୍କ ବଦଳରେ ରାଜ୍ୟ ବିଜେପିର ଅନ୍ୟ କିଏ ରାଜ୍ୟସଭା ଯିବେ ସେନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।

    ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏନେଇ ବୁଧବାର ଦିଲ୍ଲୀ ଯାତ୍ରା କରିଛନ୍ତି। କିଏ ରାଜ୍ୟସଭା ଯିବେ ସେ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
    ପ୍ରଥମେ ମୟୁରଭଞ୍ଜର ମମତା ମହନ୍ତ ରାଜ୍ୟସଭା ସହିତ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେପି ପୁଣିଥରେ ରାଜ୍ୟସଭାକୁ ପଠାଇଛି। ଏହାର କିଛି ଦିନ ପରେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ସହିତ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ। ମମତାଙ୍କ ଭଳି ସୁଜିତଙ୍କୁ ବିଜେପି ରାଜ୍ୟସଭାକୁ ପଠାଇବ ନା ତାଙ୍କ ସ୍ଥାନରେ ଅନ୍ୟ କାହାକୁ ପଠାଯିବ ସେ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.4 ° C
    18.4 °
    18.4 °
    72 %
    1.4kmh
    0 %
    Mon
    18 °
    Tue
    26 °
    Wed
    27 °
    Thu
    26 °
    Fri
    26 °

    ସମ୍ବନ୍ଧିତ