Tuesday, April 7, 2026
24.4 C
Odisha

    ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ। ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୁଲିସ। ଫଳରେ ଉଭୟ ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ଆଜି ଭାରତୀୟ ଯୁବ କଂଗ୍ରେସ ସଭାପତି ଏହି ବିକ୍ଷୋଭରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉଭୟଙ୍କ ମଧ୍ୟରେ ବୟଫ୍ରେଣ୍ଡ ଓ ଗାର୍ଲଫ୍ରେଣ୍ଡ ସମ୍ପର୍କ ବୋଲି କହିଛନ୍ତି। ଉଭୟ ସରକାର ଯୁବକଙ୍କୁ ଠକିଛନ୍ତି। ନିଯୁକ୍ତି ଦେଉନାହାନ୍ତି, ଦର ହୁ ହୁ ହୋଇ ବଢୁଛି। ଉଭୟ ସରକାର ମିଳିତ ଭାବେ ଓଡ଼ିଶାକୁ ଲୁଟ୍ କରୁଛନ୍ତି ବୋଲି କହିଛନ୍ତି ବି.ଭି ଶ୍ରୀନିବାସ।

    ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭାଷ୍ଟାଚାର ବଢିଚାଲିଛି । ରାଜ୍ୟ ସରକାର ଯୁବକମାନଙ୍କୁ ପ୍ରତାରଣା କରି ଚାଲିଛନ୍ତି । ସେହିଭଳି ପ୍ରତିବର୍ଷ ୨ ଲକ୍ଷ ଚାକିରୀ ଦେବାକୁ ସରକାର କହିଥିଲେ। ସେହି ଅନୁଯାୟୀ ଦୀର୍ଘ ୨୪ ବର୍ଷ ମଧ୍ୟରେ ୪୮ ଲକ୍ଷ ଯୁବକ ଏବଂ ଯୁବତୀ ରୋଜଗାରକ୍ଷମ ହେବା କଥା କିନ୍ତୁ ଦୁଃଖର କଥା ଏବେ ରାଜ୍ୟରେ ୨ ଲକ୍ଷ ୩୬ ହଜାର ସରକାରୀ ପଦ ଖାଲି ପଡ଼ିଛି। ଏହାସହ ସରକାର କୋଟି କୋଟି ଟଙ୍କା ଖର୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲା । ତାହା ଏବେ କାଯ୍ୟକ୍ଷମ ନାହିଁ । ସରକାରଙ୍କ ଏଭଳି ଅନେକ ବିଫଳତାକୁ ପ୍ରସଙ୍ଗ କରି ଯୁବ କଂଗ୍ରେସ ନବୀନ ନିବାସ ଘେରାଉ ଡାକରା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ