Thursday, September 19, 2024
25.2 C
Odisha

    Olympics-2024 ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜୟୀ ହେବା ପରେ ଭାରତକୁ ଫେରିଛନ୍ତି କ୍ରୀଡ଼ାବିତ୍ । ଏବେ ଭାରତରେ ପଦକବୀରମାନଙ୍କୁ ଭାରତରେ ଭବ୍ୟ ସ୍ୱାଗତ କରାଯାଉଛି । ତେବେ ଏହାଭିତରେ ଅଲିମ୍ପିକ୍ସ ପଦକ ବିଜେତାମାନଙ୍କୁ ନେଇ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକବିଜେତାଙ୍କୁ ଭେଟିବେ । ଭାରତ ଚଳିତବର୍ଷ ଅଲିମ୍ପକ୍ସରେ ଗୋଟିଏ ରୌପ୍ୟ ପଦକ ସହିତ ମୋଟ ୫ଟି କାଂସ୍ୟ ପଦକ ବିଜୟୀ ହୋଇଛି । ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଅଂଶଗ୍ରହଣ କରିଥିବା ଭାରତୀୟ ଟିମକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଗଷ୍ଟ ୧୫ ତାରିଖ ସ୍ୱତନ୍ତ୍ରତା ଦିବସ ଅବସରରେ ମୋଦୀ ଏହି ଭାରତ ପାଇଁ ଗୌରବ ଆଣିଥିବା ଆଥଲେଟ୍ ମାନଙ୍କ ସହ ଭେଟ କରିବେ । ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ରଖାଯାଇଛି । ଜୁଲାଇ ୨୬ ତାରିଖରୁ ଆରମ୍ଭ ହୋଇଥିବା ପ୍ୟାରିସ ଅଲିମ୍ପକ୍ସ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଛି । ଏହି ଇଭେଣ୍ଟ ପାଇଁ ଭାରତର ୧୧୭ ଜଣିଆ ଟିମ୍ ପ୍ୟାରିସ ଗସ୍ତ କରିଥିଲେ । ତେବେ ଏଥିରୁ ଅଧିକାଂଶ ଆଥଲେଟ୍ ନିଜ ପଦକ ହାସଲ କରିବା ଚେଷ୍ଟାରେ ବିଫଳ ହୋଇଥିଲେ । କିନ୍ତୁ ମନୁ ଭାକର, ନୀରଜ ଚୋପ୍ରାଙ୍କ ସହ ହକି ଟିମ୍ ଏବଂ ଅନ୍ୟ କିଛି କ୍ରୀଡ଼ାରେ ଭାରତ ମୋଟ ୬ଟି ପଦକ ଉପରେ ଅକ୍ତିଆର କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ