Tuesday, April 7, 2026
24.4 C
Odisha

    ସିରିଜ ଦୁର୍ଘଟଣା‌ରେ ଜଣେ ମୃତ ୪ ଗୁରୁତର

    ଆଗକୁ ପଢନ୍ତୁ

    ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଖୁଣ୍ଟବନ୍ଧ ରାଜ ହୋଟେଲ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ  ଏକ କାର (ଓଡି ୨୭ ବି ୭୯୩୬)କୁ  ଅନ୍ୟ ଏକ ଗାଡ଼ି (ଓଡି ୨୭ ଇ ୦୮୮୮) ଓଭରଟେକ କରୁଥିବା ବେଳେ ଦୁଇଟି ବାଇକକୁ ଧକ୍କା ଦେଇ କାର ଫେରାର ମାରିଛି। ଏହି ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଅଛନ୍ତି। ସୂଚନାମତେ ବାଉଁସୁଣୀ ପଟୁ ବୌଦ୍ଧ ଅଭିମୁଖେ ଯାଉଥିବା ଉକ୍ତ କାରକୁ  ଓଭରଟେକ କରିବାବେଳେ  ରାଜ ହୋଟେଲରୁ ଚରଦା ରାସ୍ତାକୁ ଯାଉଥିବା ବାଇକ ଚାଳକକୁ ଧକ୍କା ଦେଇ ଆଉ ଗୋଟିଏ ବାଇକକୁ ଧକ୍କା ଦେଇ ଦ୍ରୁତଗତିରେ ଫେରାର ମାରିଥିଲା।

    ଦ୍ୱିତୀୟ ବାଇକରେ ବସିଥିବା ବ୍ରହ୍ମଚାରୀ ଗ୍ରାମ ମେହେର ସାହିର  ନାରାୟଣ ମେହେର, ଭଜମନ ମେହେର ଓ ମୁନା  ମେହେର ଗୁରୁତର ହୋଇଥିଲେ। ଭଜମନ ମେହେରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଜହ୍ନାପଙ୍କ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଉଇଙ୍ଗର ଓ ଉଭୟ ବାଇକକୁ ଜବତ କରି ତଦନ୍ତ ଚଳାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ